Categories: ଜାତୀୟ

ଏଲନ ମସ୍କଙ୍କ ଟେସଲା କମ୍ପାନୀକୁ ନିବେଶ ପାଇଁ ଅନୁମତି ଦେଲେ କର୍ନାଟକ ସରକାର

ବେଙ୍ଗାଲୁରୁ,୨୩।୬:କର୍ନାଟକର ସିଦ୍ଧରମୈୟା ସରକାର ବିଶ୍ୱର ବୃହତ୍ତମ ବୈଦ୍ୟୁତିକ କାର ନିର୍ମାତା ଟେସଲାକୁ ରାଜ୍ୟରେ ନିବେଶ ପାଇଁ ଆମନ୍ତ୍ରଣ କରିଛି। ଏନେଇ ସୂଚନା ଦେଇଛନ୍ତି କର୍ନାଟକର ଉଦ୍ୟୋଗ ମନ୍ତ୍ରୀ ଏମ୍‌.ବି ପାଟିଲ୍‌। ସେ କହିଛନ୍ତି, ଏଲନ ମସ୍କଙ୍କ ଟେସଲା କମ୍ପାନୀ ପାଇଁ ଭାରତରେ ନିବେଶ କରିବାକୁ ହେଲେ କର୍ନାଟକ ସବୁଠାରୁ ଉପଯୁକ୍ତ ସ୍ଥାନ।

ଏଠାରେ ଥିବା ସରକାର ଏବଂ ଅଧିକାରୀମାନେ ଟେସଲା ଏବଂ ଏହାର ଉଦ୍ୟୋଗଗୁଡିକୁ ସମର୍ଥନ କରିବାକୁ ପ୍ରସ୍ତୁତ। ଏନେଇ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯିବ ବୋଲି କର୍ନାଟକ ସରକାରଙ୍କ ପକ୍ଷରୁ କୁହାଯାଇଛି।

Share