Categories: ଜାତୀୟ

କର୍ନାଟକରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାବୁ ଦାବି କଲା କଂଗ୍ରେସ

ବେଙ୍ଗାଲୁରୁ,୧୮।୫: କର୍ନାଟକରେ କଂଗ୍ରେସ ବିଧାୟକ ଜି ପରମେଶ୍ୱର ଗୁରୁବାର ଦଳର ପ୍ରତିନିଧି ଭାବେ ରାଜଭବନ ଯାଇ ରାଜ୍ୟପାଳ ଥାଭାରଚନ୍ଦ ଗହଲୋଟଙ୍କୁ ସାକ୍ଷାତ୍‌ କରିଛନ୍ତି। ବିଧାନସଭା ନିର୍ବାଚନରେ ବହୁମତ ପାଇବା ପରେ କଂଗ୍ରେସ ପକ୍ଷରୁ ସରକାର ଗଠନ କରିବାକୁ ଦାବି କରିଛନ୍ତି ପରମେଶ୍ୱର। କଂଗ୍ରେସ ଗୁରୁବାର ରଜ୍ୟର ପରବର୍ତ୍ତି ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଥିଲା।

କଂଗ୍ରେସ ଘୋଷଣା କରିଛି ଯେ ସିଦ୍ଦାରାମାୟା କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ହେବେ ଏବଂ ରାଜ୍ୟ ଦଳୀୟ ସଭାପତି ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ସିଦ୍ଦାରାମାୟା ଏବଂ ଡି.କେ ଶିବକୁମାର ଦିଲ୍ଲୀରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିଛନ୍ତି। କଂଗ୍ରେସର କର୍ନାଟକ ଦାୟିତ୍ୱରେ ଥିବା ରଣଦୀପ ସିଂ ସୁରଜେୱାଲା କହିଛନ୍ତି ଯେ ଏହି ଶପଥ ଗ୍ରହଣ ମେ‘୨୦ରେ ବେଙ୍ଗାଲୁରୁରେ ହେବ।

ଶପଥ ଗ୍ରହଣ ସମାରୋହରେ ସମାନ ଦଳର ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ସୂଚନା ଦେଇ କେସି ଭେନୁଗୋପାଳ କହିଛନ୍ତି ଯେ ସିଦ୍ଦାରାମାୟା ଏବଂ ଶିବକୁମାରଙ୍କ ସହ ଆହୁରି ଅନେକ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ। ସିଦ୍ଦାରାମାୟା ଏବଂ ଶିବକୁମାରଙ୍କୁ କର୍ନାଟକରେ କଂଗ୍ରେସ ପାଇଁ ବଡ ‘ସମ୍ପତ୍ତି’ ବୋଲି କହି ସେ କହିଛନ୍ତି ଯେ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟରେ ଏହି ଯୋଡି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି।

Share