Categories: ଜାତୀୟ

କିଏ ହେବେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ, ଚିନ୍ତାରେ କଂଗ୍ରେସ… ଶନିବାର ହେବ ଶପଥ ଗ୍ରହଣ

ବେଙ୍ଗାଲୁରୁ,୧୮।୫: କର୍ନାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ। ହେଲେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଦାରାମାୟାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଏବଂ କର୍ନାଟକ କଂଗ୍ରେସ ଅଧ୍ୟକ୍ଷଙ୍କୁ ଉପମୁଖ୍ୟମନ୍ତ୍ରୀ ଦିଆଯିବା ନେଇ ଚର୍ଚ୍ଚା ହେଉଛି। ତେବେ ମେ’୨୦ରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଜଣାପଡିଛି।

ସୂତ୍ର ଅନୁସାରେ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସିଦ୍ଦାରାମାୟାଙ୍କ ନାମରେ ମୋହର ମାରିଛନ୍ତି। ହେଲେ ଏନେଇ ସରକାରୀ ଘୋଷଣା ହୋଇ ନ ଥିବା ବେଳେ ଆଜି ସା ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇପାରେ। ଏହି ସମୟରେ ସିଦ୍ଦାରାମାୟାଙ୍କ ବାସଭବନ ବାହାରେ ଏକ କଡ଼ା ସୁରକ୍ଷା ବଳ ନିୟୋଜିତ କରାଯାଇଛି। ତାଙ୍କ ସମର୍ଥକଙ୍କ ମଧ୍ୟରେ ବିଶେଷ ଉତ୍ସାହ ମଧ୍ୟ ଦେଖାଯାଉଛ। କର୍ନାଟକର ବିଭିନ୍ନ ସ୍ଥାନରେ ସିଦ୍ଦାରାମାୟାଙ୍କ ପୋଷ୍ଟର ଏବଂ ବ୍ୟାନର ଦୃଶ୍ୟମାନ ହେଉଛି।

Share