Categories: ଜାତୀୟ

ନାଇଟ୍‌ କର୍ଫ୍ୟୁ ହଟାଇଲେ କର୍ନାଟକ ସରକାର

ବେଙ୍ଗାଲୁରୁ,୫ା୧୧: କର୍ନାଟକ ସରକାର ନାଇଟ୍‌ କର୍ଫ୍ୟୁ ହଟାଇ ଦେଇଛନ୍ତି। କରୋନା ସଂକ୍ରମଣ ମାମଲା ଏଠାରେ ବଢୁଥିବାରୁ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଥିଲା। ତେବେ ଆଜିଠାରୁ ରାତିର ନାଇଟ୍‌ କର୍ଫୁ ହଟାଇ ଦିଆଯାଇଛି। ଏଠାରେ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଥିଲା।

ନୂତନ ଆଦେଶ ସହିତ ସରକାର ସମସ୍ତ କରୋନା ସୁରକ୍ଷା ଗାଇଡ୍‌ଲାଇନ୍‌ ଅଧୀନରେ ଘୋଡ଼ା ଦୌଡ଼କୁ ଅନୁମତି ଦେଇଛନ୍ତି। ଏଥିସହ, ଏହି ଦୌଡ଼ରେ ଅଂଶଗ୍ରହଣ କରୁଥିବା ରେସିଂ ପୃଷ୍ଠପୋଷକଙ୍କ ସଂଖ୍ୟା ସ୍ଥାନର ବସିବା କ୍ଷମତା ଅନୁଯାୟୀ କଠୋର ହେବ। କେବଳ ସମ୍ପୂର୍ଣ୍ଣ ଟିକା ନେଇଥିବା ଲୋକଙ୍କୁ ଏହା ଭିତରକୁ ପ୍ରବେଶ ଅନୁମତି ପ୍ରଦାନ କରାଯିବ।

Share