Categories: ଜାତୀୟ

ଠିକାଦାର ଆତ୍ମହତ୍ୟା ମାମଲାରେ ଇସ୍ତଫା ଦେଇପାରନ୍ତି କର୍ନାଟକ ସରକାରଙ୍କ ମନ୍ତ୍ରୀ ଇଶ୍ୱରପ୍ପା

ବେଙ୍ଗାଲୁରୁ,୧୫ ।୪: କର୍ନାଟକର ଗ୍ରାମୀଣ ବିକାଶ ଓ ପଞ୍ଚାୟତ ରାଜ ମନ୍ତ୍ରୀ ଥିବା କେଏସ ଈଶ୍ୱରପ୍ପାଙ୍କୁ ଶେଷରେ ଗାଦି ଛାଡିବାକୁ ପଡିବ । ଶୁକ୍ରବାର ସେ ଇସ୍ତଫା ଦେଇପାରନ୍ତି । ଏହାର କାରଣ ହେଉଛି ଉଡୁପିରେ ଜଣେ ଠିକାଦାର ସନ୍ତୋଷ ପାଟିଲଙ୍କ ମୃତ୍ୟୁ ମାମଲାରେ ଈଶ୍ୱରପ୍ପାଙ୍କ ନାଁ ସାମିଲ ଅଛି । ଈଶ୍ୱରପ୍ପାଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସକାଉଥିବା ଅଭିଯୋଗ ରହିଛି । ଠିକାଦାର ସନ୍ତୋଷ ମନ୍ତ୍ରୀ ଓ ତାଙ୍କ ସମ୍ପର୍କିୟଙ୍କ ଉପରେ ନିର୍ମାଣ କାର୍ଯ୍ୟ ବଦଳରେ ୪୦ ପ୍ରତିଶତ କମିଶନ ମାଗୁଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ କର୍ନାଟକର ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ବଡ ଅସହଜ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା । ଏହାକୁ ନେଇ ବିରୋଧି ବାରମ୍ବାର ଶାସକ ଦଳକୁ ଟାର୍ଗେଟ କରି ଆସୁଥିଲେ ।

Share