ଓମିକ୍ରନକୁ ନେଇ କଡା ହେଲେ କର୍ନାଟକ ସରକାର

ବେଙ୍ଗାଲୁରୁ,୪ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡି ଯାଇଥିବା ବେଳେ ଏହା ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଦେଶରେ ପହଞ୍ଚି ସାରିଲାଣି । ଭାରତ ବି ଏଥିରୁ ବାଦ୍ ଯାଇନାହଁ । କର୍ନାଟକରେ ପ୍ରଥମେ ୨ ଜଣ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହା ଜଣାପଡିବା ପରେ ଏବେ କର୍ନାଟକ ସରକାର ସଜାଗ ହୋଇ ଉଠିଛନ୍ତି । ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି କି ମଲ, ସିନେମା ହଲ ଆଦି ଗହଳି ସ୍ଥାନକୁ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି କରୋନା ଭ୍ୟାକ୍ସିନର ଦୁଇଟି ଯାକ ଡୋଜ ନେବା ଜରୁରୀ । ଏହାସହ ସ୍କୁଲ କଲେଜ ଯାଉଥିବା ପିଲାମାନଙ୍କ ପାଇଁ ବି ଏହି ନିୟମ ଲାଗୁ କରାଯାଇଛି । ଏହାସହ ରାଜ୍ୟ ସରକାର ବିମାନ ବନ୍ଦରରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ଅଧିକ ଧ୍ୟାନ ଦେବାକୁ କହିଛନ୍ତି । ସେହିପରି ଶିକ୍ଷାନୁଷ୍ଠାନରେ ସାର୍ବଜନିକ କାର୍ଯ୍ୟକ୍ରମ ଆୟୋଜନ ନ କରିବାକୁ କୁହାଯାଇଛି । ସଭା, ବୈଠକ, ସମ୍ମିଳନୀରେ ଲୋକସଂଖ୍ୟା ୫୦୦ ଭିତରେ ସୀମିତ ରଖିବାକୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

”ଗାଁ ବିକାଶ ହେଲେ, ଦେଶର ବିକାଶ ହେବ”: ପ୍ରଧାନମନ୍ତ୍ରୀ

କଟକ,୩।୧: ପ୍ରଧାନମନ୍ତ୍ରୀ ଶନିବାର ଗ୍ରାମୀଣ ଭାରତ ମହୋତ୍ସବ ୨୦୨୫ ର ଉଦଘାଟନ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ସେୟାର କରିଥିବା ଏକ ପୋଷ୍ଟରେ ଲେଖିଛନ୍ତି...

ପାକିସ୍ତାନ ଦଶା ଭୋଗିବ ବାଂଲାଦେଶ: ଭାରତର ସାହାଯ୍ୟ ସତ୍ତ୍ୱେ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ସ୍ଥିତି

ନୂଆଦିଲ୍ଲୀ,୪।୧: ଭାରତ ସହିତ ଖରାପ ସମ୍ପର୍କ ବାଂଲାଦେଶକୁ ପ୍ରଭାବିତ କରିବା ଆରମ୍ଭ କରିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଖାଦ୍ୟ ଯୋଗାଣ ସଙ୍କଟ ଏବଂ ବୃଦ୍ଧି ପାଉଥିବା...

ଅଲ୍ଲୁ ଅର୍ଜୁନଙ୍କୁ ନିୟମିତ ଜାମିନ

ହାଇଦ୍ରାବାଦ,୪।୧: ‘ପୁଷ୍ପା ୨: ଦି ରୁଲ୍‌’ର ପ୍ରିମିୟର ଶୋ’ ଗତ ମାସରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଚାଲିଥିବାବେଳେ ଏହାର ଅଭିନେତା ଅଲ୍ଲୁ ଅର୍ଜୁନ ସେଠାରେ ପହଞ୍ଚତ୍ୟିବାରୁ...

୨୦ ହଜାର ଡଲାରର ହୀରା ଉପହାର

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୪ା୧: ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତବେଳେ ସେଠାକାର ରାଷ୍ଟ୍ରପତିଙ୍କ ସ୍ତ୍ରୀ ଜିଲ୍‌ ବାଇଡେନ୍‌ଙ୍କୁ ୨୦,୦୦୦ ଡଲାର (ପ୍ରାୟ ୧୭.୧୫ ଲକ୍ଷ ଟଙ୍କା) ମୂଲ୍ୟର...

ଦିଲ୍ଲୀରେ କୁହୁଡ଼ି: ୪୭୦ ବିମାନ ବିଳମ୍ବିତ

ନୂଆଦିଲ୍ଲୀ,୪।୧: ଉତ୍ତର ଭାରତ ସମେତ ଜାତୀୟ ରାଜଧାନୀରେ ପ୍ରବଳ ଶୀତ ଲହର ଜାରି ରହିଛି। ଏହା ସାଙ୍ଗକୁ ଘନ କୁହୁଡ଼ି ଯୋଗୁ ଶୁକ୍ରବାର ସକାଳେ ଦିଲ୍ଲୀ...

ପିଥମ୍‌ପୁରରେ ୨ ଜଣଙ୍କ ଆତ୍ମାହୁତି ଉଦ୍ୟମ

ଧର୍‌,୪ା୧: ମଧ୍ୟପ୍ରଦେଶର ଭୋପାଳସ୍ଥିତ ୟୁନିୟନ କାର୍ବାଇଡ୍‌ ଇଣ୍ଡିଆ ଲିଃ (ୟୁସିଆଇଆଇ) କୀଟନାଶକ ପ୍ଲାଣ୍ଟରୁ ବର୍ଜ୍ୟକୁ ୧୨ଟି କଣ୍ଟେନର ଟ୍ରକ୍‌ରେ ସିଲ୍‌ କରି ୨୫୦ କି.ମି. ଦୂର...

ଚାଇନାର ନୂଆ କାଉଣ୍ଟି ପ୍ରତିବାଦ ଜଣାଇଲା ଭାରତ

ନୂଆଦିଲ୍ଲୀ,୩।୧: ଚାଇନା ସୀମାନ୍ତ ଅଞ୍ଚଳରେ ୨ଟି କାଉଣ୍ଟି ସ୍ଥାପନ କରିଛି, ଯାହାର କେତେକ ଅଂଶ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଆସୁଛି। ଭାରତ ଏହାର ଦୃଢ଼...

EPFO କଲା ବଡ଼ ପରିବର୍ତ୍ତନ,ଏବେ ପେନସନଭୋଗୀ ପାଇବେ ଏହି ଲାଭ…

ନୂଆଦିଲ୍ଲୀ,୩।୧: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ)ର ପେନ୍‌ସନଭୋଗୀମାନେ ବର୍ତ୍ତମାନ ଯେକୌଣସି ବ୍ୟାଙ୍କରୁ ପେନ୍‌ସନ ବାହାର କରିବାକୁ ସକ୍ଷମ ହେବେ। ଇପିଏଫଓ ଏହାର ସମସ୍ତ ଆଞ୍ଚଳିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri