Categories: ଜାତୀୟ

ନିଜ ମନ୍ତ୍ରୀମାନଙ୍କ ପାଇଁ ୩୩ଟି ଦାମୀ ଗାଡି କିଣିବେ ସିଦ୍ଧରମେୟା ସରକାର

ବେଙ୍ଗାଲୁରୁ,୨।୯: ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କର୍ନାଟକର ୭୫ ପ୍ରତିଶତ ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହେବା ସହ ରାଜ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। କିନ୍ତୁ ଏପରି ସମୟରେ କର୍ନାଟକ ସରକାର ନିଜ ମନ୍ତ୍ରୀଙ୍କ ପାଇଁ ୩୩ଟି ବିଳାସପୂର୍ଣ୍ଣ କାର କିଣିବାକୁ ନିଷ୍ପତ୍ତି ନେଇଛନ୍ତି।

‘ଟାଇମ୍ସ ଅଫ ଇଣ୍ଡିଆ’ର ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ଦୁଇମାସ ପୂର୍ବେ ସିଦ୍ଧରମେୟା ଏକ ଫର୍ଚୁନ ଏସୟୁଭି ବଣ୍ଟନ କରିଥିଲେ। ବର୍ତ୍ତମାନ ଅଗଷ୍ଟ ୧୭ରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ମନ୍ତ୍ରୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ମୂଲ୍ୟର ନୂଆ ହାଇବ୍ରିଡ ହାଇ କ୍ରସ ଏସୟୁଭିକିଣାଯିବ। ଏଥିପାଇଁଁ ପ୍ରାୟ ୯.୯କୋଟି ଟଙ୍କା ଖର୍ଚ୍ଚ ହେବାକୁ ଯାଉଛି।

Share