ବାଙ୍ଗାଲୁରୁ, ୯।୧: କର୍ନାଟକ ରାଜ୍ୟପାଳ ଥାଓ୍ବାରଚାନ୍ଦ ଗେହଲଟ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ତାଙ୍କୁ ବାସଭବନରେ କ୍ୱାରାଣ୍ଟାଇନ୍ରେ ରଖାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ଆଗାମୀ ସୂଚନା ମିଳିବା ଯାଏ ସମସ୍ତ ପ୍ରକାର କାର୍ଯ୍ୟକ୍ରମରେ ସାମିଲ ହେବାକୁ ବନ୍ଦ କରିଦିଆଯାଇଛି ବୋଲି ରାଜଭବନ ପକ୍ଷରୁ ବୟାନ ଜାରି କରାଯାଇଛି।
Karnataka Governor Thaawarchand Gehlot tests positive for COVID-19. He is quarantined at his residence. pic.twitter.com/2FalDMk7Ub
— ANI (@ANI) January 9, 2024
କହିରଖୁଛୁ, କର୍ନାଟକରେ ଏବେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୪୧ ନୂଆ ସଂକ୍ରମଣ ମାମଲା ଆସିଛି। ଏହାପରେ ଆକ୍ଟିଭ୍ ସଂକ୍ରମିତଙ୍କ ସଂଖ୍ୟା ୧୨୨୨କୁ ବୃଦ୍ଧି ପାଇଛି।