ବେଙ୍ଗାଲୁରୁ,୨୬।୮: ସମଗ୍ର ଦେଶରେ ଏନ୍ଇଇଟି ଓ ଜେଇଇ ପରୀକ୍ଷାକୁ ନେଇ ବିବାଦ ଜାରି ରହିଥିବା ବେଳେ ବର୍ତ୍ତମାନ କର୍ନାଟକ ସରକାର ରାଜ୍ୟରେ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଅକ୍ଟୋବର ୧ରୁ ପୁଣି ଥରେ କଲେଜ ଖୋଲିବ ବୋଲି ବୁଧବାର କର୍ନାଟକ ଉପ ମୁଖ୍ୟମନ୍ତ୍ରୀ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅଶ୍ୱଥ ନାରାୟଣ ସିଏନ୍ ଘୋଷଣା କରିଛନ୍ତି। କରୋନା ଯୋଗୁ ସାରା ଦେଶରେ ଏବେ ଅନ୍ଲାଇନ୍ କ୍ଲାସ ଚାଲିଛି। କରୋନା କାଳରେ କିଭଳି ଅଫ୍ଲାଇନ କ୍ଲାସ ହୋଇପାରିବ ସେନେଇ ରାଜ୍ୟସରକାର ପ୍ରସ୍ତୁତି ଚଳାଇଛନ୍ତି। ଏହି ସମୟରେ ଛାତ୍ରୀଛାତ୍ର ଓ ଶିକ୍ଷକମାନଙ୍କୁ କିପରି କରୋନାରୁ ସୁରକ୍ଷା ଦିଆଯାଇପାରିବ ସେନେଇ ଯୋଜନା କରାଯାଉଛି। ତେବେ ଅଫ୍ଲାଇନ କ୍ଲାସ ପାଇଁ ଖୁବ୍ଶୀଘ୍ର ରାଜ୍ୟସରକାରଙ୍କ ପକ୍ଷରୁ ନିୟମାବଳୀ ଜାରି କରାଯିବ ବୋଲି ସୂଚନା ରହିଛି।