Categories: ଜାତୀୟ

ମାଂସ କଟାଳିଙ୍କୁ ବଜରଙ୍ଗ ଦଳର ଆକ୍ରମଣ

ଶିବମୋଗା(କର୍ନାଟକ),୧।୪: ହଲାଲ ମାଂସ ଉପରେ ଗମ୍ଭୀର ଆପତ୍ତି ଉଠିବା ପରେ ସରକାର ଏହାକୁ ଗୁରୁତର ସହ ନେବେ ବୋଲି କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ଘୋଷଣା କରିଥିଲେ। ଘୋଷଣା ଗୋଟିଏ ଦିନ ପରେ ଜଣେ ମୁସଲିମ ମାଂସ କଟାଳିଙ୍କୁ ଆକ୍ରମଣ କରିଛନ୍ତି କିଛି ବଜରଙ୍ଗ ଦଳ କର୍ମୀ। ଏଭଳି ଘଟଣା ଭାଦ୍ରାବତୀରେ ଗୁରୁବାର ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଆଇପିସି ଦଫାରେ ମାମଲା ରୁଜୁ କରାଯାଇଥିବା ଶିବମୋଗା ଏସ୍‌ପି ବିଏମ୍‌ ଲକ୍ଷ୍ମୀ ପ୍ରସାଦ କହିଛନ୍ତି।

“ବଜରଙ୍ଗ ଦଳ କର୍ମୀ ପ୍ରଥମେ ଯୁକ୍ତି କରବା ସହ ମୁସଲିମ ଭେଣ୍ଡରଙ୍କୁ ଆକ୍ରମଣ କରିଥିଲେ। ଏ ସଂକ୍ରାନ୍ତରେ ହୋସାମାନେ ଥାନାରେ ମାମଲା ରୁଜୁ ହୋଇଛି” ବୋଲି ଶବମୋଗା ଏସ୍‌ପି କହିଛନ୍ତି।

ପୋଲିସ ପକ୍ଷରୁ କୁହାଯାଇଛି, କିଛି ବଜରଙ୍ଗ ଦଳ କର୍ମୀ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ହୋସାମାନେ ଅଞ୍ଚଳରେ ହଲାଲ ମାଂସ ବିରୋଧରେ ପ୍ରଚାର କରୁଥିଲେ। ଅଭିଯୋଗ ଅନୁସାରେ ସେମାନେ ମୁସଲିମ ଭେଣ୍ଡର ତୋସିଫଙ୍କୁ ଧମକାଇ ଥିଲେ।

Share