ବେଙ୍ଗାଲୁରୁ,୮।୧୦: ଓଲା, ଉବେର ଏବଂ ରାପିଡୋ କମ୍ପାନୀକୁ ଝଟକା। ଆସନ୍ତା ଦୁଇ ଦିନ ମଧ୍ୟରେ ସେମାନଙ୍କ ସେବା ବନ୍ଦ କରିବାକୁ କର୍ନାଟକ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି କମ୍ପାନୀ ଆଉ ବେଙ୍ଗାଲୁରୁରେ ଅଟୋ ଚଳାଇ ପାରିବେ ନାହିଁ। ଯାତ୍ରୀମାନଙ୍କଠାରୁ ଅଧିକ ଭଡା ନେଉଥିବା ଅଭିଯୋଗ ହେବା ପରେ କର୍ନାଟକ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସରକାରୀ ନିୟମ ଅନୁଯାୟୀ, ଅଟୋ ଡ୍ରାଇଭରମାନେ ୨ କିଲୋମିଟର ପାଇଁ ୩୦ ଟଙ୍କା, କି.ମି. ପିଛା ୧୫ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ସେମାନେ ୨ କିଲୋମିଟରିକୁ ୧୦୦ ଟଙ୍କା ଭଡା ନେଉଛନ୍ତି। ଯାହାକୁ ନେଇ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେବଳ ଟ୍ୟାକ୍ସି ସେବା ଯୋଗାଇ ଦିଆଯାଇପାରିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି।