ହାତ ଟେକିଦେଲେ କର୍ନାଟକ ସରକାର: ଏବେ କେବଳ ଭଗବାନ ଭରସା

ବେଙ୍ଗାଲୁରୁ,୧୬।୭: କରୋନା ଭାଇରସ ସଂକ୍ରମଣ ଧୀରେ ଧୀରେ ବଢିବାକୁ ଲାଗିଛି। ଏହି ସମୟରେ କର୍ନାଟକରେ ମଧ୍ୟ ସ୍ଥିତି ବେଳକୁ ବେଳ ଅଣାୟତ୍ତ ଆଡକୁ ଗତି କରୁଛି। ଏହାକୁ ଦେଖି ଗୁରୁବାର କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି.ଶ୍ରୀରାମୁଲୁ କହିଛନ୍ତି, ଏବେ କେବଳ ଭଗବାନ ଭରସା। କରୋନାର ସ୍ଥିତି ଏବେ ଯାହା ହେଲାଣି ଏଥିରୁ କେବଳ ଭଗବାନ ହିଁ ଆମକୁ ବଞ୍ଚାଇ ପାରିବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କରୋନା ମହାମାରୀକୁ ରୋକିବାକୁ ନାନା କଥା ଆଲୋଚନା ହେଉଥିବା ବେଳେ ଏହା କିନ୍ତୁ କାହା ହାତର କଥା ନୁହେଁ ବୋଲି ସେ କହିଛନ୍ତି। ଏବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ଅତିକ୍ରମ କରିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ୯ଶହ ଅତିକ୍ରମ କରି ସାରିଲାଣି। ଏହି ଭାଇରସ ଗରିବ, ଧନୀ, ଜାତି ଧର୍ମର ଭେଦଭାବ ରଖୁ ନ ଥିବା ବେଳେ ଏବେ ନିଜେ ନିଜକୁ ବଞ୍ଚାଇବାର ସମୟ ଆସିଯାଇଛି ବୋଲି ସେ କହିଛନ୍ତି। ଶ୍ରରାମୁଲୁଙ୍କ ଏଭଳି ବୟାନକୁ ନେଇ ଆଲୋଚନା ହେଉଥିବା ବେଳେ ସେ କିନ୍ତୁ କହିଛନ୍ତି କେବଳ ଭଗବାନ ହିଁ ଆମକୁ ଏହି ବିପଦରୁ ରକ୍ଷା କରିପାରିବେ।

Share