Categories: ଜାତୀୟ

ଜୟଲଳିତାଙ୍କ ଆଭୂଷଣ ହସ୍ତାନ୍ତର ନେଇ କର୍ନାଟକ ହାଇକୋର୍ଟଙ୍କ ବଡ ରାୟ

କର୍ନାଟକ,୬।୩: କର୍ନାଟକ ହାଇକୋର୍ଟଙ୍କ ଗୁରତ୍ୱପୂର୍ଣ୍ଣ ରାୟ । ତାମିଲନାଡୁର ସ୍ବର୍ଗତ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ଆଭୂଷଣ ହସ୍ତାନ୍ତର ନେଇ ମଙ୍ଗଳବାର କୋର୍ଟ ବଡ ରାୟ ଶୁଣାଇଛନ୍ତି । ଅଳଙ୍କାରକୁ ତାମିଲନାଡୁ ସରକାରଙ୍କୁ ହସ୍ତାନ୍ତର କରିବା ଉପରେ କୋର୍ଟ ଲଗାଇଛନ୍ତି ରୋକ ।

କର୍ନାଟକ ହାଇକୋର୍ଟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ସମ୍ପୃକ୍ତ ସୁନା ଓ ହୀରା ଅଳଙ୍କାରକୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ପଡୋଶୀ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର ପ୍ରକ୍ରିୟା ଉପରେ ରୋକ୍‌ ଲଗାଇଛନ୍ତି । ଜଷ୍ଟିସ ମହମ୍ମଦ ନୱାଜଙ୍କ ଗଠିତ ବେଞ୍ଚ ମଙ୍ଗଳବାର ଜୟଲଳିତାଙ୍କ ଭାଣିଜି ଜେ.ଦୀପାଙ୍କ ଆବେଦନ ଉପରେ ଏହି ଅନୁମତି ପ୍ରଦାନ କରିଛନ୍ତି । ବୁଧବାର ଠାରୁ ତାମିଲନାଡୁ କର୍ତ୍ତୃପକ୍ଷଙ୍କୁ ଏକ ସ୍ବତନ୍ତ୍ର କୋର୍ଟ ହସ୍ତାନ୍ତର କରିବାକୁ ଯୋଜନା କରାଯାଇଥିଲା।

Share