Categories: ଜାତୀୟ

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ସ୍କୁଲ-କଲେଜ୍‌ରେ ହିଜାବ ପିନ୍ଧିବାକୁ ମିଳିବନି ଅନୁମତି

ବେଙ୍ଗାଲୁରୁ,୧୫।୩: ହିଜାବ ବିବାଦକୁ ନେଇ କର୍ନାଟକ ହାଇକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସ୍କୁଲ କଲେଜଗୁଡ଼ିକରେ ହିଜାବ ନିଷେଧାଦେଶର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଏକ ଆବେଦନକୁ ଖାରଜ କରିଛନ୍ତି। ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ। ସ୍କୁଲ-କଲେଜର ଛାତ୍ରୀମାନେ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେ ନାହିଁ। ଇସଲାମରେ ହିଜାବ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି କୋର୍ଟ କହିଛନ୍ତି।
ଫେବୃୟାରୀ ୨୫ରେ କର୍ନାଟକ ହାଇକୋର୍ଟ ଏହି ମାମଲାର ଶୁଣାଣି ଶେଷ କରିଥିଲେ। ଏହା ସହିତ କୋର୍ଟ ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ। ଏହି ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ଭାବରେ ଦକ୍ଷିଣ କନ୍ନଡର ଜିଲା କଲେକ୍ଟର ଆଜି ସମସ୍ତ ସ୍କୁଲ ଏବଂ କଲେଜରେ ଛୁଟି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ, ଧାରା ୧୪୪ ମଧ୍ୟ ଜାରି କରାଯାଇଛି।
ସୂଚନାଯୋଗ୍ୟ,ଉଡୁପିର ଏକ ସ୍କୁଲର କିଛି ଛାତ୍ରଛାତ୍ରୀ କର୍ନାଟକରେ ହିଜାବ ବ୍ୟାନ ହେବା ପରେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲାରେ ଦାଏର କରିଥିଲେ। ଗତ ଜାନୁଆରୀରେ ରାଜ୍ୟରେ ଉଠିଥିବା ଏହି ପ୍ରସଙ୍ଗକୁ ନେଇ ବହୁ ବିବାଦ ଦେଖିବାକୁ ମିଳିଥିଲା। ଏପରିକି କର୍ନାଟକରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନକୁ ଏ ବିବାଦ ବ୍ୟାପିଥିଲା। ପରେ ମାମଲା ସୁପ୍ରିମକୋର୍ଟକୁ ଯିବା ସହ ସର୍ବୋଚ୍ଚ କୋର୍ଟ ଶୁଣାଣି ପାଇଁ ଅଗ୍ରାହ୍ୟ କରିବା ସହ ଉଚିତ ସମୟରେ ହସ୍ତକ୍ଷେପ କରିବେ ବୋଲି କହିଥିଲେ।

Share