Categories: ଜାତୀୟ

ଆସନ୍ତାକାଲି ହିଜାବ ବିବାଦ ଶୁଣାଣି

ବେଙ୍ଗାଲୁରୁ,୧୭ା୨: ହିଜାବ ବିବାଦ ଉପରେ ଶୁଣାଣି ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ ଉପରେ ନିଷେଧାଦେଶ ଜାରି କରାଯାଇଥିବା ଆବେଦନ ଉପରେ କର୍ନାଟକ ହାଇକୋର୍ଟରେ ଶୁଣାଣି କରାଯାଇଥିଲା। ହିଜାବ ବିବାଦ ଉପରେ ଆଡ୍‌ଭୋକେଟ ବିନୋଦ କୁଲକର୍ଣ୍ଣି ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ। ସେ କହିଛନ୍ତି, ହିଜାବ ବିବାଦ ମୁସଲମାନ ଝିଅମାନଙ୍କର ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ସମ୍ବିଧାନର ଉପଦେଶ ଅନୁଯାୟୀ ସ୍ବାସ୍ଥ୍ୟ ରକ୍ଷା କରିବା ରାଜ୍ୟର କର୍ତ୍ତବ୍ୟ। ଅନ୍ତତଃପକ୍ଷେ ଶୁକ୍ରବାର ମୁସଲମାନ ଝିଅମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦିଅନ୍ତୁ ବୋଲି ସେ କହିଛନ୍ତି। ତେବେ ଏହି ଶୁଣାଣି ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

Share