Categories: ଜାତୀୟ

ପାକିସ୍ତାନକୁ ଭାରତର କଡ଼ା ଜବାବ: ପ୍ରଥମେ ନିଜ ଘର ସମ୍ଭାଳ

ନୂଆଦିଲ୍ଲୀ,୧୦।୨: ,୧୦।୨: କର୍ନାଟକରେ ଚାଲିଥିବା ହିଜାବ ବିବାଦକୁ ନେଇ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସକୁ ଜବାବ ତଲବ କରିଛି। ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀମାନେ କର୍ନାଟକରେ ହିଜାବ ପିନ୍ଧିଥିବା ମୁସଲମାନ ଛାତ୍ରୀଙ୍କ ଉପରେ ହୋଇଥିବା ନିଷେଧାଦେଶକୁ ନିନ୍ଦା କରିଛନ୍ତି। ତେବେ ଗୁରୁବାର ଭାରତୀୟ କୂଟନୀତିଜ୍ଞ ସୁରେଶ କୁମାର ପାକିସ୍ତାନର ଅଭିଯୋଗକୁ ଅମୂଳକ କହି ନିଜ ଘର ନିଜେ ସମ୍ଭାଳିବା ସହ ନିଜ ଦେଶର ପୂର୍ବ ରେକର୍ଡକୁ ଦେଖିବାକୁ କହିଛନ୍ତି।
ଏହାପୂର୍ବରୁ ହିଜାବ ବିବାଦକୁ ନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମହମୁଦ କୁରେସି ଏ ସମ୍ପର୍କରେ ବିଶ୍ୱ ଚିନ୍ତାପ୍ରକଟ କରିବା ଉଚିତ ବୋଲି ଟୁଇଟ୍‌ କରିଥିଲେ। ଜବାବରେ ଏଆଇଏମଏଆଏମ ସୁପ୍ରିମୋ ଆସାଦୁଦ୍ଦିନ ଓଓ୍ବାଇସି କହିଛନ୍ତ, କର୍ନାଟକର ହିଜାବ ମାମଲା ଏହା ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ। ବାହାର ଲୋକ ଏଥିରେ ହସ୍ତକ୍ଷେପ କରିବା ଅନୁଚିତ୍‌। ପାକିସ୍ତାନ ତାର ନିଜ କଥା ବୁଝୁ। ଯେଉଁ ଦେଶ ମଲାଲାଙ୍କୁ ସୁରକ୍ଷା ଦେଇପାରିଲା ନାହିଁ ସେମାନେ ଭାରତର ଝିଅମାନଙ୍କ ଶିକ୍ଷା ବ୍ୟବସ୍ଥା ଉପରେ ବାଣୀ ଦେବା ଅନୁଚିତ। ଏହା ହେଉଛି ଆମ ପ୍ରସଙ୍ଗ ଏଥିରେ ମୁଣ୍ଡଖେଳେଇବା ଅନାବଶ୍ୟକ ବୋଲି ସେ କହିଛନ୍ତି।

Share