ବେଙ୍ଗାଲୁରୁ,୨୦।୩: କର୍ନାଟକ ହିଜାବ ବିବାଦ ମାମଲାରେ ରାୟ ପ୍ରଦାନ କରିଥିବା କର୍ଣ୍ଣାଟକ ହାଇକୋର୍ଟର ତିନିଜଣ ବିଚାରପତିଙ୍କୁ ଓ୍ବାଇ ବର୍ଗର ସୁରକ୍ଷା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ରବିବାର ଏହି ସୂଚନା ଦେଇଛନ୍ତି। ବିଚାରପତିଙ୍କୁ ହତ୍ୟା ଧମକ ଦେଇଥିବା ଦୁଇ ଜଣଙ୍କୁ ଗିରଫ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ହିଜାବ ଉପରେ ଏହି ରାୟ ଦେଇଥିବା ତିନିଜଣ ବିଚାରପତିଙ୍କୁ ଆମେ ଓ୍ବାଇ ବର୍ଗର ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛୁ ମୁଁ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛି ଏବଂ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି। ତେବେ ପ୍ରଶାସନ କିଛି ଲୋକଙ୍କୁ ଗିରଫ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ,ମାର୍ଚ୍ଚ ୧୫ରେ କର୍ନାଟକ ହାଇକୋର୍ଟ ହିଜାବ ବିବାଦ ଉପରେ ନିଜର ରାୟ ପ୍ରଦାନ କରିଥିଲେ। ହିଜାବ ପିନ୍ଧିବାକୁ ଅନୁମତି ନେଇ ଛାତ୍ରୀଙ୍କ ଆବେଦନକୁ ଖାରଜ କରି ହାଇକୋର୍ଟ କହିଥିଲେ, ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ। ସ୍କୁଲ-କଲେଜର ଛାତ୍ରୀମାନେ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେ ନାହିଁ।