ନୂଆଦିଲ୍ଲୀ,୧୭ା୩: କର୍ନାଟକର ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଜ୍ୟ ସରକାରଙ୍କ ଡ୍ରେସ୍ କୋଡ୍କୁ ହାଇକୋର୍ଟ ବଳବତ୍ତର ରଖି ହିଜାବ କଟକଣା ଜାରି ରହିବ ବୋଲି ମଙ୍ଗଳବାର ସ୍ପଷ୍ଟ କରିବା ପରେ ମୁସଲମାନ ସଙ୍ଗଠନଗୁଡ଼ିକ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଅମୀର-ଇ-ଶରିଆତ୍ କର୍ନାଟକ ମୌଲାନା ସାଗିର ଅହମ୍ମଦ ଖାନ୍ ରଶାଦି ହାଇକୋର୍ଟଙ୍କ ରାୟକୁ ନୈରାଶ୍ୟଜନକ କହି ଗୁରୁବାର ରାଜ୍ୟବ୍ୟାପୀ ବନ୍ଦ କରିବାକୁ ଆହ୍ବାନ ଦେଇଛନ୍ତି। ଶାନ୍ତିପୂର୍ଣ୍ଣ ଭାବେ କ୍ଷୋଭବ୍ୟକ୍ତ କରିବାକୁ ସେ ମୁସଲମାନ ସମୁଦାୟକୁ ଅନୁରୋଧ କରିଛନ୍ତି। ବନ୍ଦ ପାଳନକୁ କେତେକ ଦଳିତ ସଙ୍ଗଠନ ସମର୍ଥନ କରିଛନ୍ତି।