ବେଙ୍ଗାଲୁରୁ,୩।୮: କର୍ନାଟକର ଚିତ୍ରଦୁର୍ଗ ଜିଲାର ଏକ ଗାଁରେ ଦୂଷିତ ପାଣି ପିଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ଏହି ମାମଲାରେ ଦୋଷୀ ସାବ୍ୟସ୍ତ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ପୋଲିସ କହିଛି ଯେ, ବିଷାକ୍ତ ଦେବା ଅଭିଯୋଗର ମଧ୍ୟ ଯାଞ୍ଚ କରାଯାଉଛି।
ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଚିତ୍ରଦୁର୍ଗ ଡେପୁଟି କମିଶନର ଦିବ୍ୟା ପ୍ରଭୁ ଜୀଙ୍କ ସହ ଫୋନରେ କଥା ହୋଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ କଥା ହୋଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ନିର୍ଦ୍ଦେଶ ଦେଇଛନ୍ତି।