Categories: ଜାତୀୟ

ତାମିଲନାଡୁକୁ ଏସସିଙ୍କ ନିର୍ଦ୍ଦେଶ ଅନୁସାରେ ପାଣି ଦେବାକୁ କର୍ନାଟକ ସକ୍ଷମ ନୁହେଁ: ସିଦ୍ଦରାମାୟା…

ବେଙ୍ଗାଲୁରୁ,୧୩।୯ : କାବେରୀ ନଦୀରୁ ଜଳ ଛାଡିବା ନେଇ ବିବାଦ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ବୁଧବାର ଏକ ସ୍ବତନ୍ତ୍ର ଜରୁରୀ ବୈଠକରେ କହିଛନ୍ତି ତାମିଲନାଡୁକୁ ସୁପ୍ରିମ୍‌କୋର୍ଟ(ଏସସି)ଙ୍କ ନିର୍ଦ୍ଦେଶ ଅନୁସାରେ ପାଣି ଦେବାକୁ କର୍ନାଟକ ସକ୍ଷମ ନୁହେଁ।

ବାସ୍ତବରେ, କାବେରୀ  ୱାଟର ମ୍ୟାନେଜମେଣ୍ଟ ଅଥରିଟି (ସିଡବ୍ଲୁଆରସି) ତାମିଲନାଡୁକୁ ଆଗାମୀ ୧୫ ଦିନ ପାଇଁ ପ୍ରତିଦିନ ୫୦୦୦ କ୍ୟୁସେକ ଜଳ ଛାଡିବାକୁ ସୁପାରିଶ କରିବାର ଗୋଟିଏ ଦିନ ପରେ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା।

ବୁଧବାର ବେଙ୍ଗାଲୁରୁରେ କାବେରୀ ଜଳ ବଣ୍ଟନ ପ୍ରସଙ୍ଗରେ ହୋଇଥିବା ସର୍ବଦଳୀୟ ବୈଠକ ରେ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା, ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। କାବେରୀ ଜଳ ବଣ୍ଟନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ବର୍ଷା ଅଭାବର ସମ୍ମୁଖୀନ ହେଉଛି। ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାମିଲନାଡୁକୁ ଜଳ ଛାଡ଼ିବା ସ୍ଥିତିରେ ଆମେ ନାହୁଁ।

ଏହି ପ୍ରସଙ୍ଗରେ ଆମେ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବୁ ଏବଂ କାବେରୀ ୱାଟର ମ୍ୟାନେଜମେଣ୍ଟ ଅଥରିଟି (ସିଡବ୍ଲ୍ୟୁଆରସି)ଙ୍କ ନିକଟରେ ମଧ୍ୟ ଆବେଦନ କରିବୁ। ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଆମେ ଆମର ଏମପିମାନଙ୍କୁ ଡାକିବାକୁ ଚିନ୍ତା କରୁଛୁ ବୋଲି ସିଏମ କହିଛନ୍ତି।

Share