ବେଙ୍ଗାଲୁରୁ,୧୫।୯: କେରଳରେ ବୃଦ୍ଧି ପାଉଥିବା ନିପା ଭାଇରସ ମାମଲାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଏକ ସର୍କୁଲାର ଜାରି କରିଛନ୍ତି ଏବଂ କେରଳର ପ୍ରଭାବିତ ଅଞ୍ଚଳକୁ ଅନାବଶ୍ୟକ ଯାତ୍ରା ନକରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। କର୍ନାଟକ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ କହିଛି ଯେ, କେରଳର ସୀମାବର୍ତ୍ତୀ ଜିଲା (କୋଡାଗୁ, ଦକ୍ଷିଣ କନ୍ନଡ, ଚମରାଜନାଗର ଏବଂ ମୈଶୁର) ଏବଂ କେରଳରୁ କର୍ନାଟକ ପର୍ଯ୍ୟନ୍ତ ପ୍ରବେଶ ପଏଣ୍ଟରେ ତଦାରଖ ବୃଦ୍ଧି କରାଯାଇଛି।
କେରଳରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି , କୋଝିକୋଡସ୍ଥିତ ଏକ ହସ୍ପିଟାଲରେ ନଜର ରଖାଯାଇଥିବା ୩୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ନିପା ଭାଇରସର ଆଉ ଏକ ମାମଲା ନିଶ୍ଚିତ ହୋଇଛି।