Categories: ଜାତୀୟ

ମୁରୁଗା ମଠ ମହନ୍ତଙ୍କ ନାଁରେ ନାବାଳିକା ଯୌନ ଶୋଷଣ ଅଭିଯୋଗ, କର୍ନାଟକ ରାଜନୀତି ସରଗରମ

ବେଙ୍ଗାଲୁରୁ,୧ ।୯: କର୍ନାଟକ ମୁରୁଗା ମଠର ମହନ୍ତ ଶିବମୂର୍ତ୍ତି ମୁୁରୁଗା ସରନାରୁଙ୍କ ନାଁରେ ନାବାଳିକା ଯୌନ ଶୋଷଣ ଅଭିଯୋଗ ହୋଇଛି । ଏହାପରେ କର୍ନାଟକ ରାଜନୀତି ହୋଇଛି ସରଗରମ । ଏମିତି ଅଭିଯୋଗକୁ ନେଇ ଥାନାରେ ଏଫଆଇଆର ଦିଆଯାଇଛି । ନ୍ୟୁଜ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ, ମୁଖ୍ୟ ପୁରୋହିତ ଶିବମୂର୍ତ୍ତି ମୁରୁଗା ଶରାନାରୁ ଏବେବି ମଠରେ ଉପସ୍ଥିତ ଅଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଏଚ ବିଶ୍ୱନାଥ କର୍ନାଟକ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କର୍ନାଟକ ସରକାର ମହନ୍ତଙ୍କ କ୍ଷେତ୍ରରେ କୋହଳ ମନୋଭାବ ଆପଣାଇଛନ୍ତି ।
ଶ୍ରୀ ମୁରୁଗା ମଠର ମହନ୍ତ ଶିବମୂର୍ତ୍ତିଙ୍କ ବିରୋଧରେ ଆସିଥିବା ଯୌନ ଉତ୍ପିଡନ ପରେ କର୍ନାଟକ ଗୃହମନ୍ତ୍ରୀଙ୍କୁ ଯଦି ଲଜ୍ୟା ଅଛି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କହିଛନ୍ତି କର୍ନାଟକ ଭାଜପା ଏମଏଲସି ଏଚ ବିଶ୍ୱନାଥ । ଯଦି ଏ ସମ୍ପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ତେବେ ଚିତ୍ରକୂଟ ଏସପିଙ୍କୁ ତୁରନ୍ତ ନିଲମ୍ବିତ କରାଯାଉ ବୋଲି ବିଶ୍ୱନାଥ ଦାବି କରିଛନ୍ତି ।

Share