ବେଙ୍ଗାଲୁରୁ,୨୭।୩: ବରିଷ୍ଠ ଭାଜପା ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପାଙ୍କ ଶିବାମୋଗର ଶିକରିପୁରସ୍ଥିତ ବାସଭବନରେ ଆକ୍ରମଣ କରାଯାଇଛି। ସଂରକ୍ଷଣ ପ୍ରସଙ୍ଗକୁ ବିରୋଧ କରୁଥିବା ବଞ୍ଜରା ସମ୍ପ୍ରଦାୟର କେତେକ ଲୋକ ତାଙ୍କ ଘର ଉପରକୁ ସୋମବାର ପଥରମାଡ କରିଥିବା ଜଣାପଡିଛି। ତେବେ ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପୋଲିସ ଲାଠିଚାର୍ଜ କରିଛି। ନିକଟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସଂରକ୍ଷଣ ଉପରେ ହୋଇଥିବା କର୍ନାଟକ ସରକାରଙ୍କ ନିଷ୍ପତ୍ତିକୁ ବଞ୍ଜରା ସମ୍ପ୍ରଦାୟ ବିରୋଧ କରିଥିଲା।
ଶୁକ୍ରବାର କର୍ନାଟକ ଭାଜପା ସରକାର ଏସସି/ଏସଟି ସମ୍ପ୍ରଦାୟ ପାଇଁ ଆଭ୍ୟନ୍ତରୀଣ ସଂରକ୍ଷଣ ଘୋଷଣା କରିଛନ୍ତି। ସେହି ଅନୁଯାୟୀ ଅନୁସୂଚିତ ଜାତି ସମ୍ପ୍ରଦାୟକୁ ଦିଆଯାଇଥିବା ୧୭ ପ୍ରତିଶତ ସଂରକ୍ଷଣ ମଧ୍ୟରୁ ଅନୁସୂଚିତ ଜାତି (ବାମ), ୫.୫ ପ୍ରତିଶତ ଅନୁସୂଚିତ ଜାତି(ଡାହାଣ), ଟଚେବଲଙ୍କୁ ୪.୫ ପ୍ରତିଶତ ଏବଂ ଅନ୍ୟମାନଙ୍କୁ ୧ ପ୍ରତିଶତ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା।