Categories: ଜାତୀୟ

କ୍ଲାସରେ ନମାଜ ପାଇଁ ସସ୍‌ପେଣ୍ଡ ହେଲେ ପ୍ରଧାନଶିକ୍ଷୟିତ୍ରୀ

ବେଙ୍ଗାଲୁରୁ,୨୭।୧: କର୍ନାଟକର କୋଲାର ଜିଲାର ସରକାରୀ ସ୍କୁଲରେ ମୁସଲିମ ଛାତ୍ରୀଛାତ୍ରଙ୍କୁ କ୍ଲାସରେ ନମାଜ ପାଠ କରୁଥିବା ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ନିଲମ୍ବିତ ହୋଇଛନ୍ତି ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ। ହିନ୍ଦୁ ସଂଗଠନ ଘଟଣାକୁ ପ୍ରବଳ ବିରୋଧ କରାଯିବା ପରେ ଶିକ୍ଷା ବିଭାଗ ଏଭଳି ପଦକ୍ଷେପ ନେଇଛି।

କିଛି ଦିନ ତଳେ ମୁଲବାଗଲ ସୋମେଶ୍ୱାରା ପାଲାୟା ବାଲେ ଚଙ୍ଗାପ୍ପା ସରକାରୀ କନ୍ନଡ଼ ମୋଡେଲ ହାଇୟର ପ୍ରାଇମେରି ସ୍କୁଲରେ ଛାତ୍ରୀଛାତ୍ରମାନେ ନମାଜ ପାଠ କରୁଥିବା ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ପ୍ରବଳ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ବିରୋଧ କରାଯାଇଥିଲା। ଯାହା ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କୋଲାର ଜିଲା ପ୍ରଶାସନ।ତଦନ୍ତ ପରେ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଗିରିଜେଶ୍ୱରି ଦେବୀ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଛନ୍ତି।

ବିଇଓ ଗିରିଜେଶ୍ୱରି ଦେବୀ କହିଛନ୍ତି, ତଦନ୍ତ ପାଇଁ ଆମେ ସ୍କୁଲକୁ ଏକ ୪ ଜଣିଆ କମିଟି ପଠାଇଥିଲୁ। କ୍ଲାସ ବେଳେ ଛାତ୍ରୀଛାତ୍ରଙ୍କୁ ନମାଜ ପାଠ କରିବାକୁ ଅନୁମତି ଦେଇ ପ୍ରଧାନଶିକ୍ଷୟିତ୍ରୀ ଭୁଲ କରିଥିବା ତଦନ୍ତରୁ ଜଣାପଡ଼ିଥିଲା। ମୁସଲିମ ଛାତ୍ରୀଛାତ୍ରଙ୍କୁ ରିସେସ୍‌ରେ ନମାଜ ପାଠ କରିବାକୁ ଅନୁମତି ଦିଆଯାଏ। ସାଧାରଣତଃ ସେମାନେ ନମାଜ ପାଠ ପରେ ସ୍କୁଲକୁ ଫେରି ଆସନ୍ତି। କିନ୍ତୁ ସ୍କୁଲ କ୍ୟାମ୍ପସ ମଧ୍ୟରେ ପ୍ରାର୍ଥନା କରିବାର କୌଣସି ଅଧିକାର ନାହିଁ। ଏଣୁ ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରୁଛୁ।

Share