Categories: ଜାତୀୟ

ବସ୍‌ରେ ନିଆଁ ଲାଗି ଜଳିଗଲେ ୭ ଯାତ୍ରୀ

କଲାବୁର୍ଗି,୩।୫: କର୍ନାଟକର କମଲାପୁରା ସହରରେ ଶୁକ୍ରବାର ଏକ ବସ୍‌ ଦୁର୍ଘଟଣା ଗସ୍ତ ହୋଇ ନିଆଁ ଲାଗି ଯାଇଥିଲା। ଫଳରେ ୭ ଜଣ ଯାତ୍ରୀ ପୋଡି ମୃତ୍ୟୁ ଘଟିଥିବା ଜଣାପଡିଛି। ସେହିପରି ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।
ସୂଚନାନୁସାରେ, ବସ୍‌ଟି ଗୋଆରୁ ହାଇଦ୍ରାବାଦ ଯାଉଥିଲା। ଏଥିରେ ୨୯ ଜଣ ଲୋକ ଥିଲେ। ତେବେ କମଲାପୁରା ନିକଟରେ ସାମ୍ନା ପଟୁ ଆସୁଥିବା ଗୋଟିଏ ଟେମ୍ପୋ ସହ ବସ୍‌ଟି ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ବସ୍‌ରେ ହଠାତ୍‌ ନିଆଁ ଲାଗି ଯାଇଥିଲା।
ଅନ୍ୟପକ୍ଷେ, ବସ୍‌ରେ ଥିବା ୨୨ ଯାତ୍ରୀ ନିଜକୁ ବଞ୍ଚାଇବାକୁ ଯାଇ ବସ୍‌ରୁ ଡେଇଁ ପଡ଼ିଥିଲେ। ହେଲେ ୭ ଜଣ ଯାତ୍ରୀ ବସ୍‌ରୁ ବାହାରି ନ ପାରିବାରୁ ନିଆଁରେ ପୋଡି ହୋଇ ପ୍ରାଣ ହରାଇଛନ୍ତି। ଏପରିକି ବସ୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Share