Categories: ଜାତୀୟ

କର୍ନାଟକ ସେକ୍ସ ଭିଡିଓ ସ୍କାଣ୍ଡାଲ: ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଲା କେନ୍ଦ୍ର

ନୂଆଦିଲ୍ଲୀ,୨୪।୫; କର୍ନାଟକ ସେକ୍ସ ଭିଡିଓ ସ୍କାଣ୍ଡାଲରେ ଜଡିତ ଏମପି ପ୍ରଜ୍ଜ୍ୱଳ ରେଭେନ୍ନାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛି କେନ୍ଦ୍ର। ଆଜି ବୈଦେଶିକ ମନ୍ତ୍ରଣାଳୟ ଏମପି ରେଭାନ୍ନାଙ୍କୁ ନୋଟିସ ପଠାଯାଇଛି। ଏହି ମାମଲା ଉପରେ କାରଣ ଦର୍ଶାଇବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସେକ୍ସ ଭିଡିଓ ଭାଇରାଲ ହେବା ପରେ ଦେଶ ଛାଡି ବିଦେଶ ପଳାଇଛନ୍ତି ପ୍ରଜ୍ଜ୍ୱଳ ରେଭନ୍ନା। ଶୁକ୍ରବାର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ରେଭନ୍ନାଙ୍କ କୂଟନୈତିକ ପାସପୋର୍ଟ ବାତିଲ କରିବାକୁ ଅନୁରୋଧ କରିଥିଲେ। ଏହା ପରେ କେନ୍ଦ୍ରରୁ ତାଙ୍କ ପାଖକୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି।

Share