Posted inଜାତୀୟ

ଛତିଶଗଡ଼ରେ ନ ହେଉ କର୍ନାଟକ ସ୍ଥିତି: ଅସନ୍ତୁଷ୍ଟ ନେତାଙ୍କୁ ଭୋଜି ଦେବ ଭାଜପା…

ରାୟପୁର,୨୩।୫ : କର୍ନାଟକ ନିର୍ବାଚନରେ ଅପମାନଜନକ ପରାଜୟ ପରେ ଭାଜପା ଗୁରୁତ୍ୱପୂର୍ଣ୍ଣ ହିନ୍ଦୀ ଭାଷାଭାଷୀ ଅଞ୍ଚଳ ଉପରେ ଧ୍ୟାନ ଦେବା ଆରମ୍ଭ କରିଛି। ଏହି ରାଜ୍ୟଗୁଡିକରେ ପାଞ୍ଚ ମାସ ପୂର୍ବରୁ ଦଳ ନିର୍ବାଚନ ଅଭିଯାନରେ ପ୍ରବେଶ କରିସାରିଛି। କେବଳ ବିଧାନସଭା ନିର୍ବାଚନ ନୁହେଁ ଲୋକସଭା ନିର୍ବାଚନ ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ ଆରମ୍ଭ ହୋଇସାରିଛି। ଛତିଶଗଡରେ ଚଳିତ ବର୍ଷ ବିଧାନସଭା ପରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ଦଳ ଏଠାରେ ଦୁଇଗୁଣା ଶକ୍ତି ସହିତ ପ୍ରସ୍ତୁତି ହେଉଛି ।  ସୂତ୍ର ଅନୁଯାୟୀ, ଛତିଶଗଡରେ ମଧ୍ୟ ଭାଜପା ଅସନ୍ତୁଷ୍ଟ ନେତାମାନଙ୍କୁ ଘରକୁ ଘର ବୁଲି ମନାଇବାର ଉଦ୍ୟମ କରିବ। ଏହା ସହିତ ଘର ଘର ସମ୍ପର୍କ ଅଭିଯାନ ଅନ୍ତର୍ଗତ ଯେତେବେଳେ ରାଜ୍ୟର ନେତାମାନେ ଭୋଟରଙ୍କ ଘରେ ପହଞ୍ଚିିବେ, ସେତେବେଳେ ସେମାନଙ୍କୁ ଏକ ମିସ କଲ ମଧ୍ୟ କରିବାକୁ ପଡିବ, ଯାହା ଦ୍ୱାରା ଏହା ଜଣାପଡିବ ଭାଜପା ନେତାମାନେ ଭୋଟରଙ୍କ ନିକଟରେ ପହଞ୍ଚିଛନ୍ତି।

ବାସ୍ତବରେ, କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନଅ ବର୍ଷ ପୂର୍ତ୍ତି ପାଳନ କରିବା ଲାଗି ମେ ୩୦ ରୁ ଜୁନ ୩୦ ପର୍ଯ୍ୟନ୍ତ ସାରା ଦେଶରେ ଏହି ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହେବ। ଏହା ଅନ୍ତର୍ଗତ ନିର୍ବାଚନ ହେବାକୁ ଥିବା ରାଜ୍ୟରେ ଅନେକ ପ୍ରକାରର କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଛତିଶଗଡର ଭାଜପାର ବରିଷ୍ଠ ନେତାମାନେ ଅସନ୍ତୁଷ୍ଟଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିବେ। ଏହା ବ୍ୟତୀତ ପ୍ରତ୍ୟେକ ଜିଲାରେ ଶ୍ରମିକ କର୍ମୀ ସମ୍ମିଳନୀ ମଧ୍ୟ ଆୟୋଜିତ ହେବ। ଲୋକସଭା ଠାରୁ ବୁଥ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଛତିଶଗଡ ଭାଜପା ମୁଖପାତ୍ର କେଦାରନାଥ ଗୁପ୍ତା କହିଛନ୍ତି, କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶରେ ପ୍ରତ୍ୟେକ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି।

ଜୁନ ୨୧ ରେ ଆୟୋଜିତ ହେବାକୁ ଥିବା ଯୋଗ ଦିବସକୁ ଆଡମ୍ବରରେ ପାଳନ କରାଯିବ। ଯୋଗ ଦିବସର କାର୍ଯ୍ୟକ୍ରମରେ ମୋଦି ସରକାରଙ୍କ ନଅ ବର୍ଷର ସଫଳତା ସମ୍ପର୍କରେ କୁହାଯିବ। ଏହି କାର୍ଯ୍ୟକ୍ରମ ରାଜ୍ୟର ପ୍ରତ୍ୟେକ ବିଧାନସଭା ସ୍ତରରେ ଅନୁଷ୍ଠିତ ହେବ। ଏଥି ସହିତ, ଜୁନ ୨୩ ରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦଳର ବୁଥ ସ୍ତରର କର୍ମୀଙ୍କ ଭିଡିଓ କନଫରେନ୍ସିଂ ହେବ।

ମେ ୨୯ରେ ଦଳର ବରିଷ୍ଠ ନେତା ଅସନ୍ତୁଷ୍ଟଙ୍କ ସହିତ ମିଳିତ ଭୋଜନ କାର୍ଯ୍ୟକ୍ରମରେ ଯୋଗଦେବାର  ରହିଛି। ଭୋଜନ କାର୍ଯ୍ୟକ୍ରମରେ ସୋସିଆଲ ମିଡ଼ିଆରେ ପ୍ରଭାବଶାଳୀଥିବା ନେତାମାନେ ମଧ୍ୟ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସରକାରଙ୍କ ମୁଣ୍ଡବିନ୍ଧା ବଢାଇଲେ ୟୁନୁସ, ଶେଖ ହାସିନାଙ୍କୁ ନେଇ ଦେଇଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୧:ଶେଖ ହାସିନାଙ୍କୁ ନେଇ ଭାରତ ସରକାର ନିଷ୍ପତ୍ତି ନେବା ପରେ ଆଖି ଦେଖାଇଛନ୍ତି ୟୁନୁସ ସରକାର। ବାଂଲାଦେଶର ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହାସିନାଙ୍କ...

କୌଣସି ଜାତିକୁ ଓବିସି ଲିଷ୍ଟରେ କେମିତି ଯୋଡାଯାଏ? ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୧୦।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏବେ ମାତ୍ର ୨୬ ଦିନ ବାକି ଅଛି। କିନ୍ତୁ ଏହା ପୂର୍ବରୁ ରାଜଧାନୀ ଦିଲ୍ଲୀରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି।...

ଇତିହାସ ହୋଇପାରେ ‘ଇଣ୍ଡିଆ’

୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍‌ଡିଏ)କୁ କେନ୍ଦ୍ରରେ କ୍ଷମତାଚ୍ୟୁତ କରିବା ପାଇଁ ଏହାର ପ୍ରାୟ ୧୦ ମାସ ପୂର୍ବରୁ ବିରୋଧୀ...

ମହାରାଷ୍ଟ୍ର, ମଧ୍ୟପ୍ରଦେଶ ପରେ ଦିଲ୍ଲୀରେ ଏହି ସ୍କିମ୍‌ ଆଣିପାରେ ଭାଜପା: ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟରମାନଙ୍କୁ ପ୍ରଲୋଭିତ କରିବା ପାଇଁ ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଏବଂ ବିରୋଧୀ ଭାଜପା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜୋର୍‌ଦାର...

ଗୋଦାମରେ ସଢ଼ୁଛି ୯ ଲକ୍ଷ କୁଇଣ୍ଟାଲ ଖାଦ୍ୟଶସ୍ୟ

ଭୋପାଳ, ୯ା୧: ସରକାରୀ ବ୍ୟବସ୍ଥାରେ ଅବହେଳା ଯୋଗୁ ମଧ୍ୟପ୍ରଦେଶର ଡିଣ୍ଡୋରି ସହରରେ ଥିବା ସରକାରୀ ଗୋଦାମଗୁଡ଼ିକରେ ୯ ଲକ୍ଷ କୁଇଣ୍ଟାଲର ଖାଦ୍ୟଶସ୍ୟ ସଢ଼ି ନଷ୍ଟ ହୋଇଛି।...

ଶମ୍ଭୁ ସୀମାରେ ଚାଷୀଙ୍କ ଆତ୍ମହତ୍ୟା

ପଟିଆଲା,୯।୧:ପଞ୍ଜାବ-ହରିୟାଣାର ଶମ୍ଭୁ ସୀମାରେ ଆନ୍ଦୋଳନରତ ଜଣେ ମଧ୍ୟବୟସ୍କ ଚାଷୀ ଗୁରୁବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପଟିଆଲ ହସ୍ପିଟାଲ ନିଆଯାଇଥିବା ବେଳେ...

ଝିଅଙ୍କୁ ପଢ଼ାଖର୍ଚ୍ଚ ଦେବାକୁ ମା’ବାପା ଅନୁସାରେ ବାଧ୍ୟ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୧: ମାଆବାପାଙ୍କଠାରୁ ପାଠପଢ଼ା ଖର୍ଚ୍ଚ ପାଇବା ଝିଅଙ୍କର ଅପରିହାର୍ଯ୍ୟ ଏବଂ ବୈଧ ଅଧିକାର। ମା’ବାପା ଏଥିପାଇଁ ସେମାନଙ୍କ ଆର୍ଥିକ ସମ୍ବଳ ସୀମା ମଧ୍ୟରୁ ଜରୁରୀ ପାଣ୍ଠି...

କେନ୍ଦ୍ର ମନ୍ତ୍ରୀ ଗଡ଼କରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣାରେ ଆହତଙ୍କର ହେବ କ୍ୟାସଲେସ୍‌ ଚିକିତ୍ସା, ଜାଣନ୍ତୁ ଯୋଜନା ନେଇ ସବୁକିଛି…

ନୂଆଦିଲ୍ଲୀ,୯।୧: ମୋଦି ସରକାର ସଡକ ଦୁର୍ଘଟଣାରେ ପୀଡ଼ିତଙ୍କୁ ଆଶ୍ୱସ୍ତି ଦେବାର ଯୋଜନା କରୁଛନ୍ତି। ଏନେଇ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ବଡ଼ ଘୋଷଣା କରିଛନ୍ତି। ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri