Categories: ଜାତୀୟ

ହିଜାବ ବିବାଦ ପାଇଁ କର୍ନାଟକ ଛାତ୍ରୀଙ୍କ ଭାଇଙ୍କୁ ମାଡ଼

ବେଙ୍ଗାଲୁରୁ,୨୨।୨: ହିଜାବ କଟକଣା ବିରୋଧରେ କୋର୍ଟରେ ଆବେଦନ କରିଥିବା କର୍ନାଟକ ଉଡୁପି ଜିଲାର କଲେଜ ଛାତ୍ରୀ ହଜରା ଶିଫାଙ୍କ ଭାଇଙ୍କୁ ଦକ୍ଷିଣ ପନ୍ଥୀ ଗୋଷ୍ଠୀ ଆକ୍ରମଣ କରିଛନ୍ତି। ତାଙ୍କର ହିଜାବ ପିନ୍ଧିବାର ନିଷ୍ପତ୍ତି ଯୋଗୁ ଭାଇଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।

ତାଙ୍କ ଭାଇ ସେଫଙ୍କୁ ସୋମବାର ରାତି ୯ଟାରେ ଉଡୁପି ଜିଲାର ମାଲପେ ଅଞ୍ଚଳର ବିସମିଲା ହୋଟେଲ ନିକଟରେ ଆକ୍ରମଣ କରାଯାଇଛି।

“ ମୋ ଭାଇଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଛି। ମୁଁ ହିଜାବ ପିନ୍ଧିବା ଜାରି ରଖିବାରୁ ଏଭଳି ହୋଇଛି। ଆମ ସମ୍ପତି ମଧ୍ୟ ନଷ୍ଟ କରି ଦିଆଯାଇଛି। ମୋ ଅଧିକାର ପାଇଁ କ’ଣ ମୁଁ ଦାବି କରିପାରିବି ନାହିଁ। ପରିବର୍ତ୍ତୀ ପୀଡ଼ିତା କିଏ ହେବ? ମୁଁ ସଂଘ ପରିବାର ଗୁଣ୍ଡାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଚାହେଁ” ବୋଲି ସେ ଉଡୁପି ପୋଲିସକୁ ଟ୍ୟାଗ କରି ଟୁଇଟ୍‌ କରିଛନ୍ତି।

Share