Categories: ଜାତୀୟ

ପ୍ରତିରକ୍ଷାମନ୍ତ୍ରୀଙ୍କ ପ୍ରଶଂସା ସାଉଁଟିଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ

ମାଙ୍ଗାଲୁରୁ,୨୫ ।୯: କରୋନା ମହାମାରୀ ସମୟରେ ଯିଏ ଯେମିତି ଭାବେ ହେଉ ସହାୟତାର ହାତ ବଢାଇନ୍ତି । ଏମିତି ଜଣେ ଛାତ୍ରୀ ହେଉଛନ୍ତି ଇସିତା ଆଚର । ଉଡୁପିର ମାଧବ କ୍ରିପା ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଏହି ଛାତ୍ରୀ ଜଣଙ୍କ କରୋନା ସଙ୍କଟ ସମୟରେ ଦେଶକୁ ସୁରକ୍ଷା ଦେଉଥିବା ସେନା ଯବାନଙ୍କ ପାଇଁ ପାଖାପାଖି ୩ଶହ ଟୁ-ଲେୟାର କଟନ ଫେସ୍ ମାସ୍କ ପଠାଇଥିଲେ । ସେ ଏହି ମାସ୍କ ଗୁଡିକ ପ୍ରତିରକ୍ଷା ମନ୍ତ୍ରଣାଳୟ ମାଧ୍ୟମରେ ପଠାଇଥିଲେ । ଗୁରୁବାର ଇସିତାଙ୍କ ମାଆ ନନ୍ଦିତା ଆଚର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କଠାରୁ ଏକ ପ୍ରଶଂସା ପତ୍ର ପାଇଛନ୍ତି । ସେପ୍ଟେମ୍ବର ୧୬ରେ ଲେଖାଯାଇଥିବା ଏହି ପତ୍ରରେ ରାଜନାଥ ଲେଖିଛନ୍ତି କରୋନା ସମୟରେ ଆପଣଙ୍କ ଝିଅ ଇସିତା ସେନା ଯବାନଙ୍କୁ ଯେଉଁ ମାସ୍କ ପଠାଇଥିଲା ସେଥିପାଇଁ ସେ ତା’ର ଚିନ୍ତାଧାରାକୁ ଓ କରୋନାକୁ ନେଇ ସଚେତନ ଥିବାରୁ ସ୍ୱାଗତ କରିଛନ୍ତି । ସେନାଙ୍କ ପାଇଁ ଫେସ୍ ମାସ୍କ ପ୍ରସ୍ତୁତ କରୁଥିବାରୁ ସେ ଇସିତାକୁ ଧନ୍ୟବାଦ ଦେଇଛନ୍ତି । ପ୍ରତିରକ୍ଷାମନ୍ତ୍ରୀ ଏହି କୁନି ଝିଅର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଏହାପରେ ଇସିତା ରାଜନାଥଙ୍କ ପତ୍ର ପାଇ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି ।

Share