Categories: ଜାତୀୟ

ଏନ୍‌ଇପି ବଦଳରେ ନୂଆ ଶିକ୍ଷାନୀତି ଆଣିବ କର୍ନାଟକ

ବେଙ୍ଗାଲୁରୁ , ୮।୭ (ପି.ଟି.): କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଶୁକ୍ରବାର ଜାତୀୟ ଶିକ୍ଷା ନୀତି (ଏନ୍‌ଇପି)କୁ ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିବା ଜାତୀୟ ଶିକ୍ଷାନୀତି ସଂଘୀୟ ବ୍ୟବସ୍ଥା ସହ ଅସଂଗତ ଏବଂ ଏଥିରେ ଏକାଧିକ ତ୍ରୁଟି ରହିଥିବା ସିଦ୍ଦାରାମାୟା କହିଛନ୍ତି। କର୍ନାଟକ ବିଧାନସଭାରେ ନିଜର ବଜେଟ ଭାଷଣରେ ସିଦ୍ଦାରାମାୟା କହିଥିଲେ, ତାଙ୍କ ସରକାର ରାଜ୍ୟର ସାମାଜିକ, ସାଂସ୍କୃତିକ ଓ ଆର୍ଥତ୍କ ପରିବେଶକୁ ବିଚାରକୁ ନେଇ ନୂଆ ଶିକ୍ଷାନୀତି ଆଣିବେ। ଏହି ନୂଆ ନୀତି ରାଜ୍ୟରେ ଉଚ୍ଚଶିକ୍ଷା ମାନକୁ ବିଶ୍ୱସ୍ତରୀୟ କରିବା ସହ ବୈଶ୍ୱିକ ସ୍ତରରେ ଯୁବବର୍ଗଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସାମର୍ଥ୍ୟ ଯୋଗାଇବ ଏବଂ ସାର୍ଥକ ନିଯୁକ୍ତି ସୁଯୋଗ ହାତେଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share