Categories: ଜାତୀୟ

ମାଗଣା ବିଅର ପାଇଲେ କରୋନା କଥା ଚିନ୍ତା କରୁଛି କିଏ

ବାଙ୍ଗାଲୋର,୨୨।୪ : କରୋନାର ଦ୍ୱିତୀୟ ଲହର ଯୋଗୁ ଦେଶରେ ଦୈନିକ ସଂକ୍ରମଣ ପ୍ରତ୍ୟେକ ଦିନ ରେକର୍ଡ କରୁଛି। ଏହା ସତ୍ତ୍ୱେ ବଦଳି ନାହିଁ ଲୋକଙ୍କ ମାନସିକତା। ଏବେ ମଧ୍ୟ ଲୋକେ କରୋନାଠୁ ସୁରକ୍ଷିତ ରହିବା ବଦଳରେ ମାଗଣା ବିଅରକୁ ପ୍ରଧାନ୍ୟ ଦେଉଛନ୍ତି। କର୍ନାଟକର ଚିକମାଗାଲୁର ଠାରୁ ୨୦ କି.ମି. ଦୂରରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ।

ଗତ ବୁଧବାର ବିଅର ଭର୍ତ୍ତି ଏକ ଟ୍ରକ ଓଲଟି ପଡ଼ିଥିଲା। ମାଗଣାରେ ବିଅର ଦେଖି ରୋକି ପାଇଲେ ନାହିଁ ସ୍ଥାନୀୟ ଲୋକେ। ଲୁଟି ନେଲେ ସବୁ କିଛି। କାହା ମୁହଁରେ ନ ଥିଲା ମାସ୍କ ନା କେହି ଖାତିର କରୁଥିଲେ ସାମାଜିକ ଦୂରତା ନିୟମକୁ। ପରିସ୍ଥିତି ଏପରି ହେଲା ଯେ, ଭିଡ଼କୁ ଘଉଡ଼ାଇବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଲା। କିଛି ସ୍ଥାନୀୟ ଗଣମାଧ୍ୟମ ଘଟଣାର ଫୁଟେଜକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

Share