Categories: ଜାତୀୟ

ଲୁଚକାଳି ଖେଳୁ ଖେଳୁ ଫ୍ରିଜ୍‌ରେ ଲୁଚିଲେ ଶିଶୁ: ଶ୍ୱାସରୁଦ୍ଧ ହୋଇ ୨ମୃତ

ବେଙ୍ଗାଲୁରୁ,୨୯।୪: କର୍ନାଟକ ମୈସୁର ଜିଲାର ମାସେଜ ଗ୍ରାମରେ ଏକ ବଡ଼ ଅଘଟଣ ଘଟିଛି। ମାସେଜ ଗ୍ରାମରେ ବାସ କରୁଥିବା ନାଗରାଜୁ ଓ ଚିକ୍କଦେବମାଙ୍କ ଝିଅ ଭାଗ୍ୟା(୧୨) ଏବଂ ରାଜନାୟକ ଓ ଗୋରମ୍ମାଙ୍କ ଝିଅ କାବ୍ୟା(୭)ଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଶୁକ୍ରବାର ଭାଗ୍ୟା ଓ କାବ୍ୟା ଅନ୍ୟ ପିଲାଙ୍କ ସହ ମିଶି ଲୁଚକାଳି ଖେଳୁଥିଲେ। ଏହି ସମୟରେ ଲୁଚିବା ପାଇଁ ସେମାନେ ଆଇସ୍‌କ୍ରିମ୍‌ ବକ୍ସ ବା ଫ୍ରିଜର ସାହାରା ନେଇଥିଲେ। ୨ଜଣ ଶିଶୁ ଫ୍ରିଜର ଭିତରେ ପଶି ଢ଼ାଙ୍କୁଣି ଲଗାଇଥିଲେ। କିଛି ସମୟ ପରେ ସେମାନେ ନ ଦେଖାଯିବାରୁ ସାଙ୍ଗମାନେ ବହୁ ଖୋଜାଖୋଜି କରିଥିଲେ। ପରେ ସେମାନଙ୍କ ନଜର ଫ୍ରିଜରରେ ପଡ଼ିଥିଲା। ସେତେବେଳକୁ ଭାଗ୍ୟା ଓ କାବ୍ୟାଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଯାଇଥିଲା। ତାଙ୍କର କୌଣସି ଗତିବିଧି ନ ଦେଖିବାରୁ ପିଲାମାନେ ଚିତ୍କାର କରି ମୃତକଙ୍କ ପରିବାର ଲୋକଙ୍କୁ ଡାକିଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ଭାଗ୍ୟା ଓ କାବ୍ୟାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share