Categories: ଜାତୀୟ

ଭାଜପାକୁ ଝଟ୍‌କା: ବାଜି ମାରିଲା କଂଗ୍ରେସ

ବେଙ୍ଗାଲୁରୁ,୩୧।୧୨: କର୍ନାଟକ ମ୍ୟୁନିସିପାଲିଟି ନିର୍ବାଚନରେ ଶାସକ ଭାଜପାକୁ ଏକ ବଡ ଝଟ୍‌କା ଲାଗିଛି। ୧,୧୮୪ ଆସନ ମଧ୍ୟରୁ ୫୦୧ଟି ସିଟ ଜିତି କଂଗ୍ରେସ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି। ଏହି ନିର୍ବାଚନରେ ଭାଜପା ଦ୍ୱିତୀୟ ସ୍ଥାନରେ ରହିଛି। ଭାଜପା ୪୩୧ଟି ଆସନ ପାଇଛି। ଏଥିସହିତ ଜେଡିଏସ ୪୫ ଟି ଆସନ ଦଖଲ କରିଛି। ଅନ୍ୟମାନଙ୍କ ଆକାଉଣ୍ଟରେ ୨୦୭ଟି ଆସନ ଆସିଛି। ୫୮ଟି ସହରୀ ସଂସ୍ଥାର ୧୧୮୪ ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।
ସିଟି ମ୍ୟୁନିସିପାଲିଟି କାଉନସିଲରେ ଭାଜପା ଜିତିଛି। ୧୬୬ଟି ସିଟ ମଧ୍ୟରୁ ଭାଜପା ସର୍ବାଧିକ ୬୭ଟି ଆସନ ପାଇଛି। କଂଗ୍ରେସ ୬୧ଟି ସିଟ ଜିତିଛି ଏବଂ ଜେଡିଏସ ୧୨ଟି ସିଟ ଜିତିଛି। ଟାଉନ ମ୍ୟୁନିସିପାଲିଟି ପରିଷଦରେ କଂଗ୍ରେସ ସର୍ବାଧିକ ଆସନ ପାଇଛି। ଟାଉନ ମ୍ୟୁନିସିପାଲିଟି ପରିଷଦର ୪୪୧ ୱାର୍ଡ ମଧ୍ୟରୁ କଂଗ୍ରେସ ୨୦୧, ଭାଜପା୧୭୬ ଏବଂ ଜେଡିଏସ ୨୧ ଆସନ ପାଇଛି।
ଏହି ବିଜୟ ପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ରାହୁଲ ଗାନ୍ଧୀ ଟୁଇଟ କରି ଲେଖିଛନ୍ତି, ‘ୱେଲଡେନ ଟିମ କଂଗ୍ରେସ।’

Share