Categories: ଜାତୀୟ

କାବେରୀ ଜଳ ବିବାଦକୁ ନେଇ ଶୁକ୍ରବାର କର୍ନାଟକ ବନ୍ଦ, ପ୍ରଭାବିତ ହୋଇପାରେ ସାଧାରଣ ଜୀବନଯାତ୍ରା

ବେଙ୍ଗାଲୁରୁ,୨୮।୯: ତାମିଲନାଡୁକୁ କାବେରୀ ନଦୀ ଜଳ ଛାଡିବାକୁ ବିରୋଧ କରି ଲଗାତାର ବିରୋଧ ପ୍ରଦର୍ଶନ କରାଯାଉଛି। ପଡୋଶୀ ରାଜ୍ୟରେ ଚାଲିଥିବା ବିରୋଧ ମଧ୍ୟରେ ଶୁକ୍ରବାର ପୁଣି ଥରେ ଏକ ବନ୍ଦ ଡାକରା ଦିଆଯାଇଛି। ଏହାପୂର୍ବରୁ ମଙ୍ଗଳବାର ବେଙ୍ଗାଲୁରୁ ବନ୍ଦ ରହିଥିଲା ଏବଂ ସେଠାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଦ୍ୱିତୀୟ ରାଜ୍ୟବ୍ୟାପୀ ବନ୍ଦ ଶୁକ୍ରବାର ହେବାକୁ ଯାଉଛି। ଶୁକ୍ରବାର କନ୍ନଡ ସମର୍ଥକ ତଥା କୃଷକ ସଂଗଠନଗୁଡ଼ିକ ଦ୍ୱାରା ‘କର୍ନାଟକ ବନ୍ଦ’ ଡାକରା ଯୋଗୁଁ ସାଧାରଣ ଜୀବନ ପ୍ରଭାବିତ ହେବାର ସମ୍ଭାବନା ରହିଛି।

କର୍ନାଟକ ରକ୍ଷଣା ବେଦିକେ, କନ୍ନଡ ଚଲାଭଲୀ (ଭଟଲ ପକ୍ଷ) ଏବଂ ବିଭିନ୍ନ କୃଷକ ସଂଗଠନ ସମେତ କନ୍ନଡ ସଂଗଠନର ଏକ ଅଗ୍ରଣୀ ସଙ୍ଗଠନ ‘କନ୍ନଡ ଓକ୍କୁଟା’ ରାଜ୍ୟବ୍ୟାପୀ ସକାଳୁ ସା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛନ୍ତି। ସହରରେ ଟାଉନ ହଲରୁ ଫ୍ରିଡମ ପାର୍କ ପର୍ଯ୍ୟନ୍ତ ଏକ ବିଶାଳ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଆୟୋଜକମାନେ କହିଛନ୍ତି। ଏହି ଶୋଭାଯାତ୍ରାରେ ବିଭିନ୍ନ ବର୍ଗର ଲୋକମାନେ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି।
ବିରୋଧୀ ଭାଜପା ଏବଂ ଜେଡି (ଏସ) ସହ କର୍ନାଟକର ହୋଟେଲ, ଅଟୋରିକ୍ସା ଏବଂ ଓଲା ରାଇଡର୍ସ ଆସୋସିଏସନ ମଧ୍ୟ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି। ଏହାର ସଭାପତି ତନଭୀର ପାଶା ନ୍ୟୁଜ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ ଅଟୋରିକ୍ସା ଡ୍ରାଇଭର ୟୁନିଅନ ଏବଂ ଓଲା ଉବର ଡ୍ରାଇଭର ଏବଂ ମାଲିକ ସଂଘ (ଓୟୁଡିଓଏ) ଏହି ବନ୍ଦକୁ ସମର୍ଥନ କରୁଛନ୍ତି।

Share