ବାଙ୍ଗାଲୋର,୨୪।୧୨-କର୍ନାଟକ ସରକାର ରାତ୍ରକାଳିନ କର୍ଫ୍ୟୁକୁ ଗୁରୁବାର ଫେରାଇ ନେଇଛନ୍ତି। ବୈଷୟିକ ଟିମର ପରାମର୍ଶ ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସରକାର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଗତ ବୁଧବାର ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି କରିଥିଲେ। ଆଜି ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି। ସେହିପରି ଜନସାଧାରଣମାନେ ମାସ୍କ ବ୍ୟବହାର କରିବା ସହିତ ହାତକୁ ନିୟମିତ ବ୍ୟବଧାନରେ ଧୋଇବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।