Posted inଜାତୀୟ

ଗର୍ଲଫ୍ରେଣ୍ଡ ସହିତ ଫେରାର ହୋଇଗଲା ପୁଅ, ମା’ଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଲେ ଝିଅ ଘରଲୋକେ

ନୂଆଦିଲ୍ଲୀ,୩।୫: ପୁଅର କାରନାମା ପାଇଁ ମା’ ସହିଲେ ଅପବାଦ, ରାସ୍ତାରେ ବାନ୍ଧି ବାଡେଇଲେ ଲୋକେ। ଏଭଳି ଏକ ଅସାମାଜିକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ହାଭେରୀ ଜିଲାରେ। ପୁଅ ଗର୍ଲଫ୍ରେଣ୍ଡ ସହିତ ଫେରାର ହୋଇଯିବା ପରେ ଜଣେ ୫୦ ବର୍ଷୀୟା ମହିଳାଙ୍କୁ ଏକ ଗାଁରେ ଇଲେକ୍ଟ୍ରିକ୍ ଖୁଣ୍ଟରେ ବାନ୍ଧି ଝିଅ ପରିବାର ଲୋକେ ମହିଳାଙ୍କୁ ଗାଳିଗୁଲଜ କରିବା ପରେ ତାଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି।

ହନୁମାଭା କୋମ ନାମକ ଏହି ମହିଳା ଜଣକ ଚିହ୍ନଟ ହୋଇଛନ୍ତି। ଏପ୍ରିଲ ୨୯ ରେ ହାଭେରୀ ଜିଲାର ଆରେମଲାପୁରା ଗ୍ରାମରେ ଏହି ଘଟଣା ଘଟିଥିଲା। ଦୁଇ ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ମହିଳାଙ୍କ ପୁଅ ମଞ୍ଜୁନାଥ ପୂଜାଙ୍କ ସହ ଲୁଚି ଘରୁ ପଳାଇ ଯାଇଥିଲେ।

ଯେତେବେଳେ ପୂଜାଙ୍କ ପରିବାର ଏହି ଘଟଣା ବିଷୟରେ ଜାଣିବାକୁ ପାଇଲେ, ସେମାନେ ହନୁମାଭାଙ୍କ ଘରକୁ ଯାଇ ତାଙ୍କୁ ଟାଣି ଟାଣି ଗାଁ ମୁଣ୍ଡକୁ ଆଣିଥିଲେ। ତା’ପରେ ତାଙ୍କୁ ଏକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ନିର୍ଦ୍ଦୟ ଭାବରେ ପିଟିଥିଲେ।

ପରେ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହନୁମାଭାଙ୍କୁ ଉଦ୍ଧାର କରିଥିଲେ। ମହିଳା ଜଣକ ଥାନାରେ ଏକ ଅଭିଯୋଗ ଦାଖଲ କରିଥିଲେ ଏବଂ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୩୨୪, ୩୫୪ ବି, ୫୦୪, ୫୦୬ ଏବଂ ୩୪ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ଏବେ ଏହି ଘଟଣାର ଅଧିକ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

Killers Of Pahalgam: ପହଲଗାମ ଆକ୍ରମଣରେ ସାମିଲ ଥିବା ୪ ଆତଙ୍କବାଦୀଙ୍କ ଫଟୋ ଜାରି

ଶ୍ରୀନଗର,୨୩।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ଗତକାଲି ହୋଇଥିବା ଜଘନ୍ୟ ଆକ୍ରମଣରେ ସାମିଲ ଥିବା ଚାରି ଜଣ ଆତଙ୍କବାଦୀଙ୍କ ଫଟୋଗ୍ରାଫ ସୁରକ୍ଷା ଏଜେନ୍ସିଗୁଡ଼ିକ ଜାରି କରିଛନ୍ତି। ...

Pahalgam Terror Attack: ଆକ୍ରମଣ ନେଇ ପୂର୍ବରୁ ମିଳିଥିଲା ଆଲର୍ଟ! ହେଲେ ପରେ ପ୍ଲାନରେ…

ନୂଆଦିଲ୍ଲୀ,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଛି। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ...

Pahalgam Terror Attack:‘ପାକିସ୍ତାନର ରିଆକ୍ସନ ହେବ ହାର୍ଡ’, ଆତଙ୍କବାଦୀ ଆକ୍ରମଣକୁ ନେଇ ଏମିତି କହିଲେ PAK ପୂର୍ବତନ ହାଇ କମିଶନର

ଶ୍ରୀନଗର,୨୩।୪: ମଙ୍ଗଳବାର (୨୨ ଏପ୍ରିଲ) କଶ୍ମୀରର ପହଲଗାମରେ ହୋଇଥିବା Terror Attack ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ବିଶ୍ୱର ସମସ୍ତ ଦେଶର ନେତାମାନେ ଏହି...

ପିଲା ମିଛ କହୁଛି କି ?

ଭୟରେ ହେଉ ଅବା ଅନ୍ୟ କିଛି କାରଣ ପାଇଁ ପିଲାମାନେ ବେଳେବେଳେ ମିଛ କହି ଦିଅନ୍ତି। ତେବେ ଛୋଟବେଳରୁ ସେମାନଙ୍କର ଏହି ଅଭ୍ୟାସ ବଦଳାଇବା ଦରକାର।...

Pahalgam Terror Attack: କଶ୍ମୀରରେ ପହଞ୍ଚି ଭୋ ଭୋ ହୋଇ କାନ୍ଦିଲେ ଅପରାଜିତା, କହିଲେ…

ନୂଆଦିଲ୍ଲୀ,୨୩।୪: ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳିବର୍ଷା କରିବା ଘଟଣା ପୁରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣା କେବଳ ଦେଶ ନୁହେଁ...

+୩ ପରୀକ୍ଷା ଫଳ ପ୍ରକାଶ, ଟପ ଟେନ ତାଲିକାର ୨ୟ ସ୍ଥାନରେ ରାଜନୀତି ବିଜ୍ଞାନ ବିଭାଗ ଛାତ୍ରୀ ଶିବାନୀ ରାଉତ

ବୁଗୁଡ଼ା,୨୩।୪,(କାଳିଚରଣଦାଶ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ +୩ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଛି l ବୁଗୁଡ଼ା ପିପୁଲ୍ସ କଲେଜ ରାଜନୀତି ବିଜ୍ଞାନ ବିଭାଗର ଛାତ୍ରୀ ଶିବାନୀ...

ବିଭିନ୍ନ ଦାବି ନେଇ କ୍ଷେତ ମଜଦୁର ସଙ୍ଘର ବିକ୍ଷୋଭ

ଗଞ୍ଜାମ,୨୩।୪(ବିଦ୍ୟାଧର ସାହୁ ): ଓଡ଼ିଶା କ୍ଷେତ ମଜଦୁର ସଙ୍ଘ ପକ୍ଷରୁ ବିଭିନ୍ନ ଦାବିନେଇ ବ୍ଲକ ମୁଖ୍ୟ ଫାଟକ ସମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଏ...

Pahalgam Terror Attack: ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଶାହା, ଭେଟିଲେ ପୀଡ଼ିତଙ୍କ ପରିଜନଙ୍କୁ

ଶ୍ରୀନଗର,୨୩।୪: ମଙ୍ଗଳବାର ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା Terror Attackରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଯେତେବେଳେ ୧୭ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ଯେଉଁମାନେ ହସ୍ପିଟାଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image