Categories: ଖେଳ

ଶଟ୍‌ପୁଟର କରନବୀର ଡୋପ୍‌ ଟେଷ୍ଟରେ ବିଫଳ

ନୂଆଦିଲ୍ଲୀ,୯ା୭ (ପି.ଟି.): ଶଟ ପୁଟର କରନବୀର ସିଂ ନିକଟରେ ପ୍ରତିଯୋଗିତା ବାହାରେ ହୋଇଥିବା ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ଫଳରେ ଆସନ୍ତା ସପ୍ତାହରେ ବ୍ୟାଙ୍କକ୍‌ଠାରେ ହେବାକୁଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ପାଇଁ ତାଙ୍କୁ ଭାରତୀୟ ଦଳରୁ ଓହରିଯିବାକୁ ହେବ। ପଟିଆଲାସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋଟର୍‌ସ (ଏନ୍‌ଆଇଏସ୍‌)ରେ ଟ୍ରେନିଂ ନେଉଥିବା କରନବୀରଙ୍କ ନାମ ଜୁଲାଇ ୧୨-୧୬ କଣ୍ଟିନେଣ୍ଟାଲ ଇଭେଣ୍ଟ ପାଇଁ ମନୋନୀତ ୫୪ ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଥିଲା। ଭାରତୀୟ ଦଳ ଶନିବାର ରାତିରେ ଥାଇଲାଣ୍ଡ ଗସ୍ତ କରିବ। କରନବୀର ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବା ବିଷୟ ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ସଭାପତି ଅଦିଲ ସୁମାରିଓ୍ବାଲା ସ୍ପଷ୍ଟ କରିଛନ୍ତି। ଡୋପ୍‌ ଟେଷ୍ଟର ତାରିଖ କିମ୍ବା ନିଷିଦ୍ଧ ଉପାଦାନର ନାମ ଜଣାପଡ଼ି ନାହିଁ।

Share