Categories: ଜାତୀୟ

Video: ଜୟପୁରରେ କର୍ନି ସେନା ସଭାପତି ସୁଖଦେବ ସିଂଙ୍କୁ ହତ୍ୟା, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଦେଇଥିଲା ଧମକ

ନୂଆଦିଲ୍ଲୀ,୫।୧୨: ରାଜସ୍ଥାନର ରାଜଧାନୀ ଜୟପୁରରେ ରାଷ୍ଟ୍ରୀୟ କର୍ନି ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଦିଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି ଅଜଣା ଦୁର୍ବୁତ୍ତ। ଦିନ ଦିପ୍ରହରରେ ହତ୍ୟାକାଣ୍ଡରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ବୁତ୍ତମାନେ ସୁଖଦେବଙ୍କୁ ୪ଟି ଗୁଳି ମାରିଛନ୍ତି। ସୁଖଦେବ ତାଙ୍କର ଘରେ ଥିବା ସମୟରେ ଏହି ଘଟଣା ଘଟିଛି।

ଚାରି ଜଣ ଦୁର୍ବୁତ୍ତ ଘର ଭିତରକୁ ପଶି ଗୁଳି ଚଳାଇଥିଲେ। ଦୁର୍ବୁତ୍ତମାନେ ସୁଖଦେବ ସିଂ ଗୋଗାମେଡି ଏବଂ ନରେନ୍ଦ୍ରଙ୍କୁ ଗୁଳି କରିଥିଲା। ଜୟପୁର ପୋଲିସ କମିଶନର ବିଜୁ ଜର୍ଜ ଜୋସେଫ ଏହା ନିଶ୍ଚିତ କରିଛନ୍ତି। ଏହି ଘଟଣାରେ ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି। ଶ୍ୟାମ ନଗର ଥାନାରେ ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଛି। ପୋଲିସ ଏବେ ସିସିଟିଭି ଯାଞ୍ଚ କରୁଛି।

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଂପତ ନେହେରା ପୂର୍ବରୁ ସୁଖାଦେବଙ୍କୁ ଧମକ ଦେଇଥିଲେ। ଏହି ପ୍ରସଙ୍ଗରେ ଜୟପୁର ପୋଲିସକୁ ଏକ ଅଭିଯୋଗ ମଧ୍ୟ ଦିଆଯାଇଥିଲା। କଂଗ୍ରେସ ନେତା ଇନ୍ଦ୍ରଜ ଗୁରୁଜାର କହିଛନ୍ତି, “ଆଜି ରାଷ୍ଟ୍ରିୟ ରାଜପୁତ କର୍ଣ୍ଣି ସେନାର ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୁଁ ଏହାର ଦୃଶ ନିନ୍ଦା କରୁଛି। ଅପରାଧୀଙ୍କୁ ଶୀଘ୍ର ଗିରଫ କରିବାକୁ ପୋଲିସ ପ୍ରଶାସନକୁ ଅନୁରୋଧ କରୁଛି।”

Share