Categories: ଜାତୀୟ

ଭବିଷ୍ୟବାଣୀ: ଫଡନବିଶ ମୁଖ୍ୟମନ୍ତ୍ରୀ, ସିନ୍ଧେ ଉପମୁଖ୍ୟମନ୍ତ୍ରୀ, ହେଲେ ଏବେ ନୁହେଁ

ମୁ୍‌ମ୍ବାଇ,୨୮ ।୭: ଭିଲୱାଡାର କାରୋଇ ଗାଁକୁ ଜ୍ୟୋତିଷ ନଗରୀ ବୋଲି କୁହାଯାଏ । ଯେଉଁ ବୟସରେ ଦେଶର ଶିଶୁ କଥା କହିବା ଓ ଏବିସିଡି ଶିଖିଥାଆନ୍ତି, ସେହି ବୟସରେ କାରୋଇର ପିଲାମାନେ ଲୋକଙ୍କ ଭବିଷ୍ୟତ ଗଣନାର ପାଠ ପଢିଥାଆନ୍ତି । ସେଠାକାର ଲୋକମାନେ କୁହନ୍ତି, ଏହି ଗାଁର ଜ୍ୟୋତିଷମାନେ କିଛି ଭବିଷ୍ୟବାଣୀ କରିଛନ୍ତି ଯାହା ସତ ପ୍ରମାଣିତ ହୋଇଛି । ଏବେ କାରୋଇର ଜ୍ୟୋତିଷ ଯୋଗେଶ ଶରଣ ଶାସ୍ତ୍ରୀ ମହାରାଷ୍ଟ୍ର ସରକାରରେ ଚାଲିଥିବା ସଙ୍କଟକୁ ନେଇ ଭବିଷ୍ୟବାଣୀ କରିଛନ୍ତି ।

ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ସରକାରଙ୍କୁ ନେଇ ଲାଗି ରହିଥିବା ସଙ୍କଟ ମଧ୍ୟରେ ରାଜସ୍ଥାନ କରୋଇର ଜ୍ୟୋତିଷ ପଣ୍ଡିତ ଯୋଗେଶ ଶରଣ ଶାସ୍ତ୍ରୀ ଭୃଗୁ ସଂହିତାର ଅଙ୍କ ଗଣିତୀୟ ଗଣନା କରିଛନ୍ତି । ସେହି ଆଧାରରେ ସେ କହିଛନ୍ତି, ଉଦ୍ଧବ ସରକାର କମ ଭୋଟ ଆସିବା ଫଳରେ ସରକାର ଭାଙ୍ଗିବା ସୁନିଶ୍ଚିତ । ଆଉ ନୂଆ ସରକାର ଭାରତୀୟ ଜନତା ପାର୍ଟି(ଭଜେପା) ମେଣ୍ଟ ଗଠନ କରିବ ବୋଲି ସେ କହିଛନ୍ତି ।
ପଣ୍ଡିତ ଯୋଗେଶ ଶରଣ ଶର୍ମାଙ୍କ କହିବା କଥା ୨୮ ଏପ୍ରିଲ ୨୦୨୨ରେ ମକର ରାଶିରୁ ଶନି କୁମ୍ଭ ରାଶିରେ ପ୍ରବଶ କରିଛନ୍ତି । ଦେଢ ମାସ ପରେ ଶନି ଗ୍ରହ ବକ୍ର ହେବା ଯୋଗୁ ସରକାରରେ ସଙ୍କଟ ଦେଖାଯାଇଛି । ଏଥିରେ ଉଦ୍ଧବ ସରକାରରେ ପରିବର୍ତ୍ତନ ହେବା ଶତ ପ୍ରତିଶତ ଯୋଗ ରହିଛି । ମହାରାଷ୍ଟ୍ରରେ ଭାଜପା ସହ ମେଣ୍ଟ ସରକାର ଗଠନ ହେବା ସହ ଦେବେନ୍ଦ୍ର ଫଡନବିଶ ମୁଖ୍ୟମନ୍ତ୍ରୀ ହେବାର ଯୋଗ ରହିଛି । ଏହାସହ ଏକନାଥ ସିନ୍ଧେ ଉପମୁଖ୍ୟମନ୍ତ୍ରୀ ହେବାର ଯୋଗ ବି ରହିଛି । ହେଲେ ଏଥିପାଇଁ ଅଗଷ୍ଟ ମଧ୍ୟ ଭାଗ ପର୍ଯ୍ୟନ୍ତ ଅପେକ୍ଷା ରଖିବାକୁ ପଡିବ ବୋଲି ସେ କହିଛନ୍ତି ।

Share