ଭୁବନେଶ୍ୱର,୨୯।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୫ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨୮ ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ୧୫ ମୃତକଙ୍କ ମଧ୍ୟରୁ ବାଲେଶ୍ୱର, କଟକ ଓ ଭୁବନେଶ୍ୱରରୁ ୩ ଲେଖାଏ ରହିଛନ୍ତି। ଏହା ସହ ପୁରୀରୁ ୨ ମୃତକ ରହିଥିବା ବେଳେ ବଲାଙ୍ଗୀର, ଝାରସୁଗୁଡ଼ା, ନବରଙ୍ଗପୁର ସୁନ୍ଦରଗଡ଼ରୁ ଜଣେ ଲେଖାଏ ଅଛନ୍ତି।