କରୋନା ମୁକାବିଲା: ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର, ୧।୯(ବ୍ୟୁରୋ): କରୋନା ମୁକାବିଲା ପାଇଁ କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଆସିବେ। କୋଭିଡ୍‌ ପରିଚାଳନାରେ ରାଜ୍ୟ ସରକାରଙ୍କୁ ଏହି ଟିମ୍‌ ସହାୟତା କରିବେ। ବିଶେଷକରି କଣ୍ଟେନମେଣ୍ଟ, ସର୍ଭେଲାନ୍ସ, ଟେଷ୍ଟିଂ ଆଦିରେ କେନ୍ଦ୍ରୀୟ ଟିମ୍‌ ପ୍ରଶାସନକୁ ଆବଶ୍ୟକ ସହାୟତା ଯୋଗାଇ ଦେବେ ବୋଲି ସୂଚନା ମିଳିଛି।
ମିଳିଥିବା ସୂଚନାନୁସାରେ, ଓଡ଼ିଶା ସମେତ ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଓ ଛତିଶଗଡ଼କୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍‌ ପଠାଇବ। ଏସବୁ ରାଜ୍ୟରେ ସଂକ୍ରମଣ ଓ କରୋନାଜନିତ ମୃତ୍ୟୁ ବଢ଼ୁଥିବାରୁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। ତେବେ ପ୍ରତି ଟିମରେ ଜଣେ ସଂକ୍ରାମକ ରୋଗ ବିଶେଷଜ୍ଞ ଓ ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ ରହିବେ।

Share