ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୩୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୩୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୭୯୧କୁ ବୃଦ୍ଧି ପାଇଛି। ଏହି ୩୭ ମୃତକଙ୍କ ମଧ୍ୟରୁ ଅନୁଗୋଳରୁ ୫ ଜଣ ଥିବା ବେଳେ କଟକ ଓ କଳାହାଣ୍ଡିରୁ ୪ ଜଣ ଲେଖାଏ ରହିଛନ୍ତି। ଝାରସୁଗୁ ଖୋର୍ଦ୍ଧା, ନବରଙ୍ଗପୁର ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏ ଥ ପ୍ରାଣ ହରାଇ ଥିବା ବେଳେ କେନ୍ଦ୍ରାପଡ଼ା ନୂଆପଡ଼ା ରାୟଗଡ଼ା ଓ ସୁବର୍ଣ୍ଣପୁର ଜିଲାରୁ ୨ ଜଣ ଲେଖାଏଙ୍କ ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗୀର, ଗଜପତି, ଗଞ୍ଜାମ ଓ କୋରାପୁଟରୁ ଜଣେ ଲେଖାଏପ୍ରାଣ ହରାଇଛନ୍ତି।

Share