ଭୁବନେଶ୍ୱର,୪।୭(ବ୍ୟୁରୋ): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ପରିଚାଳନା ଲାଗି ୨ ଆଇଏଏସ୍ଙ୍କ ସହ ୬ ଓଏଏସ୍ ଗଞ୍ଜାମ ଜିଲା ପାଇଁ ନିଯୁକ୍ତି ହୋଇଛନ୍ତି। ସେମାନେ ଜିଲା ପ୍ରଶାସନ ନିର୍ଦ୍ଦେଶରେ କାର୍ଯ୍ୟ କରିବେ। ୬ ଓଏଏସ୍ ହେଲେ ସୁଧାକର ନାୟକ, ଲେକନାଥ ବେହେରା, ପଦ୍ମନାଭ ବେହେରା, ଶକ୍ତିକାନ୍ତ ରାୟ, ଚିତ୍ତ ରଞ୍ଜନ ମହାନ୍ତ ଓ ସୁଭେନ୍ଦ୍ର କୁମାର ସାମଲ।