ଡରାଉଛି କରୋନା: କୋଭିଡରେ ଆଖି ବୁଜିଲେ ଯୋଦ୍ଧା

ବଲାଙ୍ଗୀର ଅଫିସ,୫।୫: ବଲାଙ୍ଗୀର ଜିଲା ଚୁଡାପାଲି ହସ୍ପିଟାଲରେ ଦୀର୍ଘ ୩୦ ବର୍ଷ ଧରି କାର୍ଯ୍ୟ କରି ଲୋକପ୍ରିୟତା ହାସଲ କରିଥିବା କୋଭିଡ ଯୋଦ୍ଧା ଫାର୍ମାସିଷ୍ଟ ଦିବାକର ପରିଡ଼ାଙ୍କ ମଙ୍ଗଳବାର ପରୋଲୋକ ଘଟଇଛି। ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ପରଲୋକ ହୋଇଛି। ସେ କିଛି ଦିନ ତଳେ ସେବାରତ ଥିବାବେଳେ କୋଭିଡ ସଂକ୍ରମିତ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁରେ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣା, ସିଡିଏମଓ ଡା ଭୀମ ସାହୁ ଗଭୀର ଶୋକ ପ୍ରକାଶ କରିଛନ୍ତି।

Share