ହଛତ୍ରପୁର,୧୪।୮(ଡି.ଏନ୍.ଏ): ଗଞ୍ଜାମ ଜିଲା ଛତ୍ରପୁରବାସୀଙ୍କୁ କରୋନା ଡରାଇବାରେ ଲାଗିଛି । ଏଠାରେ ଦୈନିକ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଛି । ଗୁରୁବାର ଛତ୍ରପୁର ଏନ୍ଏସିର ୩ ନଂ. ୱାର୍ଡ ଅଧିନ ରେଲ୍ୱେ କଲୋନୀରେ ୯ ଜଣ, ରିକାପଲ୍ଲୀ ମେନ୍ ରୋଡ୍, କୋର୍ଟ ଷ୍ଟେଶନ ସାହି ଓ ଶ୍ରୀନଗର ପ୍ରଥମ ଲେନ୍ରେ ଜଣେ ଲେଖାଏ ପଜିଟିଭ୍ ଚିହ୍ନଟ ହୋଇଥିଲେ।
ଏ ନେଇ ଶୁକ୍ରବାର ଉକ୍ତ କଲୋନୀକୁ ଅଗ୍ନିଶମ ବାହିନୀ ପକ୍ଷରୁ ସାନିଟାଇଜ୍ କରାଯାଇଛି । ଛତ୍ରପୁରରେ କରୋନା ନିୟନ୍ତ୍ରଣ ପାଇଁ ଚାଲିଥିବା ୱାର୍ଡସ୍ତରରେ ସ୍ବାବ ସଂଗ୍ରହ ଶୁକ୍ରବାର ଦ୍ୱିତୀୟ ଦିନରେ ପହଞ୍ଚିଛି । ସ୍ଥାନୀୟ ବ୍ରାହ୍ମଣିବନ୍ଧ କମ୍ୟୁନିଟି ସେଣ୍ଟରରେ ୩ ଓ ୪ ନଂ. ୱାର୍ଡ ବାସିନ୍ଦା ଓ ଦୋକାନୀମାନଙ୍କ ସ୍ବାବ ସଂଗ୍ରହ କରାଯାଉଥିବା ଏନ୍ଏସି ନିର୍ବାହୀ ଅଧିକାରୀ ଏନ୍. ଗଣେଷବାବୁ ଟୁଇଟ୍ କରି ସୂଚନା ଦେଇଛନ୍ତି । ୨୦ ତାରିଖ ପର୍ଯ୍ୟନ୍ତ ଏହି ସ୍ବାବ ସଂଗ୍ରହ ଚାଲିବ ବୋଲି କୁହାଯାଇଛି ।