ପୁରୁଷୋତ୍ତମପୁର,୭।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ୩ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ କଲେଜ ଅଧ୍ୟକ୍ଷ ସୀମାଞ୍ଚଳ ପଟ୍ଟନାୟକ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶ (ବ୍ରହ୍ମପୁର)ଙ୍କୁ ଜଣାଇ ଥିଲେ। ତାଙ୍କ ପରାମର୍ଶ କ୍ରମେ କଲେଜ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଆଯାଇଛି। ଏହାସହ ଏନ୍ଏସି ପ୍ରଶାସନର ନିର୍ଦ୍ଦେଶକ କ୍ରମେ ସମସ୍ତ କର୍ମଚାରୀଙ୍କୁ କୋଭିଡି ଟେଷ୍ଟ କରିବା ଲାଗି ନିର୍ଦ୍ଦେଶ ନାମା ଜାରି ହୋଇଛି। ଏ ନେଇ ଅଧ୍ୟକ୍ଷ ପଟ୍ଟନାୟକ କହିଛନ୍ତି ଯେ, ପରବର୍ତ୍ତୀ ସମୟରେ ସ୍ଥାନୀୟ ପ୍ରଶାସନ ତହସିଲଦାର ଓ ଏନଏସି ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରି ତାଙ୍କର ପରାମର୍ଶ କ୍ରମେ କଲେଜ କ୍ୟାମ୍ପସକୁ ଖୋଲାଯିବ।
Posted inଆମ ଜିଲା ଖବର, କରୋନା ଭାଇରସ୍, ଗଞ୍ଜାମ