ବରଗଡ଼ରୁ ପୁଣି ୫୩ ଜଣଙ୍କୁ କରୋନା: ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୩ ଶିଶୁ

ବରଗଡ଼ ଅଫିସ,୨୫।୧୦: ବରଗଡ଼ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ଏଠାରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ରବିବାର ଜିଲାରେ ପୁଣି ୫୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୮ଜଣ ମହିଳା ଓ ୩୫ଜଣ ପୁରୁଷ ଅଛନ୍ତି। ନୂଆ ଆକ୍ରାନ୍ତ ମଧ୍ୟରେ ୩ଜଣ ଶିଶୁ ରହିଛନ୍ତି। ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩୭୭ରେ ପହଞ୍ଚିଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୭ଜଣକର ମୃତ୍ୟୁ ହୋଇଛି ଏବଂ ୭୮୫୦ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ଆକ୍ରାନ୍ତମାନେ ବିଭିନ୍ନ କୋଭିଡ ହସ୍ପିଟାଲ ଏବଂ ହୋମ ଆଇସୋଲେଶନରେ ଚିକିତ୍ସାଧିନ ଅଛନ୍ତି ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।

Share