Advertisement

ଭଦ୍ରକ ଏକତା ବଜାରର ବ୍ୟବସାୟୀଙ୍କୁ କରୋନା: ୨ ବଜାର ୭୨ ଘଣ୍ଟା ଶଟଡାଉନ

ଭଦ୍ରକ ଅଫିସ,୨୯।୭: ମଙ୍ଗଳବାର ଭଦ୍ରକ ଏକତା ବଜାରରେ ଭ୍ରାମ୍ୟମାଣ କରୋନା ଚିହ୍ନଟ ପ୍ରକ୍ରିୟା ମାଧ୍ୟମରେ ଏକ ବ୍ୟବସାୟିକ ଅନୁଷ୍ଠାନର ମାଲିକ ଓ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏ ନେଇ ବୁଧବାର ପ୍ରଶାସନ ପକ୍ଷରୁ ୨ ଟି ବଜାରକୁ ଶଟଡାଉନ ଘୋଷଣା କରାଯାଇଛି। ସହରର ମୁଖ୍ୟ କଚେରି ବଜାର ଓ ଏକତା ବଜାରକୁ ୭୨ ଘଣ୍ଟା ପାଇଁ ଶଟଡାଉନ ଘୋଷଣା ହୋଇଛି। ଭଦ୍ରକ ପୌରପାଳିକରେ ଆକ୍ରାନ୍ତଙ୍କ ସଂଖ୍ୟା ପର୍ଯ୍ୟାୟ କ୍ରମେ ବଢ଼ିବାରେ ଲାଗିଛି। ଭଦ୍ରକ ସହରର ଏକତା ମାର୍କେଟ ନିକଟରେ ପ୍ରଶାସନ ପକ୍ଷରୁ ରାସ୍ତା କଡ଼ରେ ବସୁଥିବା ଉଠାଦୋକାନୀ ତଥା ଗ୍ରାହକମାନଙ୍କର କରୋନା ପରୀକ୍ଷା ପାଇଁ ଭ୍ରାମ୍ୟମାଣ କାରୋନା ଟ୍ରେସିଂ କରାଯାଇଥିଲା । ଏହି ଅସ୍ଥାୟୀ କେନ୍ଦ୍ରରେ ଉଠାଦୋକାନୀ ଓ କିଛି ଗ୍ରାହକ ନିଜ ନିଜର ପରୀକ୍ଷା କରାଇଥିଲେ ।
ଏହି ଶିବିରରେ ୬୨ ଟି ସ୍ବାବ ସଂଗ୍ରହ କରାଯାଇଥିବା ବେଳେ ୩୯ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ବ୍ୟବସାୟୀ ସଂକ୍ରମିତ ଚିହ୍ନଟ ହୋଇଥିଲେ। ପରେ ଭଦ୍ରକ ପୌାରାଞ୍ଚଳର କଚେରି ବଜାର ଓ ଏକତା ମାର୍କେଟ ୭୨ ଘଣ୍ଟା ଶଟଡାଉନ ଘୋଷଣା କରାଯାଇଛି। ସାନିଟାଇଜେଶନ ଓ ସର୍ଭିଲାନ୍ସ ପାଇଁ ଶଟଡାଉନ ଘୋଷଣା କରିଛି ଜିଲା ପ୍ରଶାସନ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel