ଖୋର୍ଦ୍ଧା ଅଫିସ,୧୪।୭: ଖୋର୍ଦ୍ଧା ଜିଲାରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟର ଜଣେ କରୋନା ଯୋଦ୍ଧା, ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ମଙ୍ଗଳବାର ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଡାକ୍ତରଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମ୍ପୂର୍ଣ୍ଣ ଚିକିତ୍ସାଳୟକୁ ସାନିଟାଇଜ କରାଯାଇଛି । ଚିକିତ୍ସାଳୟ ବାହର ରୋଗୀଙ୍କ ଉପରେ କଟକଣା ଜାରି କରାଯାଇଛି । ଜନସ୍ବାର୍ଥ ଓ ଲୋଙ୍କ ସୁରକ୍ଷା ଦୃଷ୍ଟିରୁ ଚିକିତ୍ସାଳୟର ଓପିଡିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଜଣେ ରୋଗୀ ସହ ଜଣେ ଆଟେଣ୍ଡାଣ୍ଟ ଆସି ପାରିବେ। ମେଡିକାଲକୁ ଗୋଟିଏ ପଟେ ପ୍ରବେଶ ଅନୁମତି ଦିଆଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବିଶ୍ୱରଞ୍ଜନ ପତି ସୂଚନା ଦେଇଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଡିଏମଓ ପତି କହିଛନ୍ତି ।
Posted inଆମ ଜିଲା ଖବର, ଖୋର୍ଦ୍ଧା, ରାଜ୍ୟ