ଗଞ୍ଜାମରେ ଆଉ ୨ ମୁଣ୍ଡ ନେଲା କରୋନା: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ଛତ୍ରପୁର,୨୯।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ପରିସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଜିଲାରେ ଜଣଙ୍କ ପରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି। ସୋମବାର ଜିଲାରେ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି।
ସେଥିମଧ୍ୟରେ ଜଣେ ୪୮ ବର୍ଷୀୟ ଓ ଆଉ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲାର ୧୩୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୮୯୨ ଜଣ ସୁସ୍ଥ ହୋଇଥିବା ବେଳେ ୪୬୩ ଜଣ ଚିକିତ୍ସାଧୀନ ଅଛନ୍ତି।

Share